ଏହି ସବୁ କାରଣ ହେତୁ ଦାନ୍ତରେ ଦେଖାଦେଇଥାଏ ସମସ୍ୟା

ଦାନ୍ତ ଜନିତ ରୋଗ ଏକ ବଂଶଗତ ସମସ୍ୟା। ଆଧୁନିକ ଜୀବନଶୈଳୀ ଅପଣେଇବା ଫଳରେ ବିଭିନ୍ନ ପ୍ରକାର ସ୍ୱାଦିଷ୍ଟ ଖାଦ୍ୟ ଆମେ ଗ୍ରହଣ କରିଥାଉ। ଏଥିଯୋଗୁଁ ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଉପୁଜିଥାଏ। ତନ୍ମଧ୍ୟରୁ ଦାନ୍ତ ସମସ୍ୟା ଅନ୍ୟତମ, ତେବେ କେବଳ ଖଟା ଓ ମିଠା ଦାନ୍ତକୁ ଖରାପ କରେ ତାହାନୁହେଁ ଅନେକ କିଛି ଜିନିଷ ଅଛି ଯାହା ଦାନ୍ତକୁ ଦୁର୍ବଳ କରିଥାଏ।
ତେବେ ଜାଣନ୍ତୁ ସେ ସମମ୍ପର୍କରେ…

ଅନେକ ଲୋକ ଖାଇ ସାରିବା ପରେ ଦାନ୍ତରେ କାଠି କିମ୍ବା ଛୁଞ୍ଚି ପୁରାଇ ସଫା କରିଥାନ୍ତି। ଯାହା ଦାନ୍ତକୁ ଦୁର୍ବଳ କରିଥାଏ।

ସବୁ ସମୟରେ ପାଟି ଧୋଇବା ଦାନ୍ତ ଉପରେ ପ୍ରଭାବ ପକାଇଥାଏ । ଏହା କରିବା ଫଳରେ ଦାନ୍ତ ସଫା ହୋଇଥାଏ। ମାତ୍ର କମ୍‌ ଦିନରେ ଦୁର୍ବଳ ହୋଇଯାଏ।

ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ଅତ୍ୟଧିକ ବ୍ୟାୟାମ ଦାନ୍ତକୁ ଦୁର୍ବଳ କରିପାରେ। ତୁମର ବ୍ୟାୟାମ କାର୍ଯ୍ୟସୂଚୀ ଯେତେ ଅଧିକ ହେବ, ସେତେ ଅଧିକ ଦାନ୍ତ ହଲିଥାଏ। କୁହାଯାଏ ବ୍ୟାୟାମ ସମୟରେ ପାଟିରେ ଥିବା ଲାଳ କମ ହୋଇଯାଏ, ଯାହା ଦାନ୍ତକୁ ପ୍ରଭାବିତ କରିଥାଏ।

Comments are closed.