ରାଜ୍ୟରେ ଖୋଲିଲା ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ
ଭୁବନେଶ୍ୱର,୧୧ ।୧ : ଅନେକ ଦିନର ପ୍ରତିକ୍ଷା ପରେ ଆଜିଠାରୁ ରାଜ୍ୟର ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିଛି । ୯ମାସ ପରେ ଖୋଲିଛି ଉଚ୍ଚ ଶିକ୍ଷା ବିଭାଗ ଅଧୀନ ବିଶ୍ୱବିଦ୍ୟାଳୟ ଓ ଡିଗ୍ରି କଲେଜ । ପ୍ରଥମ ପର୍ଯ୍ୟାୟରେ ୟୁଜି ଓ ପିଜି ଶେଷବର୍ଷ ଛାତ୍ରଛାତ୍ରୀ କ୍ଲାସରୁମ୍ । କ୍ୟାମ୍ପସ ପ୍ରବେଶ ସମୟରେ ଥର୍ମାଲ ସ୍କ୍ରିନିଂ ବାଦ୍ୟତାମୂଳକ କରାଯାଇଛି । କୋଭିଡ କଟକଣା ଭିତରେ ପାଠପଢା ଆରମ୍ଭ ହୋଇଛି । ସେମିଷ୍ଟର୍ ପରୀକ୍ଷା ବ୍ୟବସ୍ଥାରେ ୟୁଜିର ପଂଚମ ଓ ପିଜିର ୩ୟ ସେମିଷ୍ଟାର ଛାତ୍ରଛାତ୍ରୀଙ୍କ କ୍ଲାସରୁମରେ ପାଠପଢ଼ା ହୋଇ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ଚାଲିବ ।
ତେବେ ଛାତ୍ରଛାତ୍ରୀମାନେ ଦୁଇଟି ସେକ୍ସନରେ କ୍ଲାସ କରିବାର ବ୍ୟବସ୍ଥା ରହିଥିବା ବେଳେ ଦୁଇ ସେକ୍ସନ ମଧ୍ୟରେ ଅଧଘଣ୍ଟାର ବ୍ୟବଧାନ ରଖାଯାଇଛି । ତେବେ କ୍ଲାସ ସମୟରେ ଗୋଟିଏ ବେଞ୍ଚରେ ସର୍ବାଧିକ ଦୁଇଜଣ ଛାତ୍ରଛାତ୍ରୀ ବସିବାକୁ ଅନୁମତି ଦିଆଯାଇଛି । ଶ୍ରେୀଣୀଗୃରେ ଶିକ୍ଷକ, ଛାତ୍ରଛାତ୍ରୀ, କର୍ମଚାରୀମାନେ କଲେଜ କ୍ୟାମ୍ପସକୁ ପ୍ରବେଶ ପରେ ଥର୍ମାଲ ସ୍କ୍ରିନିଂ ସହ ସାମାଜିକ ଦୂରତା ଅବଲମ୍ବନ କରିବାକୁ କୁହାଯାଇଛି ।
ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅଧୀନ ସମସ୍ତ ବୈଷୟିକ ବିଶ୍ୱବିଦ୍ୟାଳୟ, ଇଂଜିନିୟରିଂ ଓ ପ୍ରଫେସନାଲ କଲେଜ, ଡିପ୍ଲୋମା, ପୋଷ୍ଟ ଡ଼ିପ୍ଲୋମା ଶିକ୍ଷାନୁଷ୍ଠାନ ମଧ୍ୟ ଖୋଲିବ । ଏନେଇ ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏସଓପି ଜାରି କରାଯାଇଥିଲା ।
Comments are closed.