ନିଶା କଲା ସର୍ବନାଶ,ବାହାବେଦୀରୁ କନ୍ୟା ତଡିଲା ବରକୁ
କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ମଦ ନିଶାରେ ବର କଲା ଅଶ୍ଳୀଳ ବ୍ୟବହାର ଯାହାର ପରିଣାମ ସ୍ୱୟଂ ହିଁ ଭୋଗ କଲା । ଘଟଣାଟି ଘଟିଯାଇଛି ଉତରପ୍ରଦେଶର ବାଲିୟା ଜିଲ୍ଲା ଅନ୍ତର୍ଗତ ମନିୟର ଅଞ୍ଚଳର । ସେଠାରେ ବସବାସ କରୁଥିବା ଦେବେନ୍ଦ୍ର କୁମାରଙ୍କ ଝିଅ କୁସୁମଙ୍କର ପଡୋଶୀ ଗ୍ରାମର ଅଧିବାସି ଅମିତଙ୍କ ସହିତ ବୈବାହିକ ରୀତିରେ ଶୁଭପରିଣୟ ଅନୁଷ୍ଠିତ ହେବାର ଥିଲା । ପରନ୍ତୁ ବରଣ ମାଳାର ଅଦଳ ବଦଳ ସମୟରେ ବର ମଦ ପିଇ ଖରାପ ବ୍ୟବହାର କରିଥିଲା ଯାହାଦ୍ୱାରା କନ୍ୟା ବେଦୀରୁ ଉଠି ବିବାହ ପାଇଁ ମନା କରିଦେଇଥିଲେ । ଏପରି ବ୍ୟବହାର ଦ୍ୱାରା ବିବାହ ନ ହୋଇପାରି ବର ଫେରିଯାଇଥିଲେ ଘରକୁ ।
Comments are closed.