୫ ଦିନରେ ୫୦ କୋଟି କମାଇଲା ‘ବିରା ଦି ୱେଡିଙ୍ଗ୍’

ମହିଳାମାନଙ୍କ ଜୀବନରେ ଘଟୁଥିବା ପ୍ରତ୍ୟେକ ଘଟଣାବଳୀକୁ ନେଇ ବଲିଉଡ୍ ସିନେମା ‘ବିରା ଦି ୱେଡିଙ୍ଗ୍’ ପ୍ରସ୍ତୁତ ହୋଇଛି ଯାହାକି ଦର୍ଶକମାନଙ୍କ ମନକୁ ବେଶ୍ ପାଇଛି । ଏହି ସିନେମା ମୁକ୍ତି ଲାଭ କରିବାର ୫ ଦିନ ମଧ୍ୟରେ ୫୦ କୋଟି ଟଙ୍କାର ଆୟ କରିଥିବାର ସୂଚନା ମିଳିଛି । ଏକତା କପୁରଙ୍କ ଦ୍ୱାରା ପ୍ରଯୋଜିତ ଏହି ସିନେମାରେ ଅଭିନୟ କରିଥିଲେ ସୋନମ୍ କପୁର,କରିନା କପୁର୍ ଖାଁ,ସ୍ୱରା ଭାସ୍ମର ଓ ଶିଖା ତଲସାନିଆ । ସିନେମାଟି ମହିଳାମାନଙ୍କ ଜୀବନ ଶୈଳୀ ଉପରେ ବେଶ୍ ପ୍ରଭାବ ପକାଇ ବୋଲି ଅନୁଧ୍ୟାନ କରାଯାଉଛିି । କିଭଳି ଭାବେ ଏକ ନାରୀ ନିଜ ଜୀବନର ସମସ୍ୟାକୁ ଦୂର କରିପାରିବ ତାହା ଏହି ସିନେମା ମାଧ୍ୟମରେ ଦର୍ଶାଯାଇଛି ।

Comments are closed.