ଇଣ୍ଡିଆ ମେଣ୍ଟ ବୈଠକରେ ଯୋଗ ଦେଲେନି ଅଖିଳେଶ

ନୂଆଦିଲ୍ଲୀ: ଡିସେମ୍ବର ୬ରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ବିରୋଧୀ ମେଣ୍ଟ ‘ଇଣ୍ଡିଆ’ରେ ଫାଟ ସୃଷ୍ଟି ହୋଇଛି। ଏହି ବୈଠକରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଅଂଶଗ୍ରହଣ କରିବେ ନାହିଁ ବୋଲି ଜଣାପଡିଛି। ଏହା ହେଉଛି ‘ଇଣ୍ଡିଆ’ର ବରିଷ୍ଠ ନେତାଙ୍କ ଚତୁର୍ଥ ବୈଠକ। ଅଖିଳେଶ ପୂର୍ବ ତିନୋଟି ବୈଠକରେ ଯୋଗ ଦେଇଥିଲେ। ମଧ୍ୟପ୍ରଦେଶ ନିର୍ବାଚନରେ ସୃଷ୍ଟି ହୋଇଥିବା ବିବାଦ ଯୋଗୁ ସେ ଏଥର ବୈଠକରେ ଯୋଗ ଦେବେନି।
କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଏହି ବୈଠକ ପାଇଁ ‘ଇଣ୍ଡିଆ’ର ସମସ୍ତ ୨୮ଟି ଦଳକୁ ଡାକିଛନ୍ତି। ସେ ଏ ବାବଦରେ ଅଖିଳେଶ ଯାଦବଙ୍କ ସହ ମଧ୍ୟ କଥା ହୋଇଛନ୍ତି। ଏସପି ସୂତ୍ର ଅନୁଯାୟୀ, ଅଖିଳେଶ ଯାଦବ ଏହି ବୈଠକରେ ଅଂଶଗ୍ରହଣ କରିବେ ନାହିଁ। ତେବେ ଦଳ ପକ୍ଷରୁ ମୁଖ୍ୟ ଶାସନ ସଚିବ ପ୍ରଫେସର ଡା. ରାମ ଗୋପାଳ ଯାଦବ ଏଥିରେ ଅଂଶଗ୍ରହଣ କରିବେ ବୋଲି କୁହାଯାଉଛି।
ମଧ୍ୟପ୍ରଦେଶରେ ନିର୍ବାଚନ ମଣ୍ଡଳୀ ଗଠନ ନ କରିବାକୁ ନେଇ କଂଗ୍ରେସର ନିଷ୍ପତ୍ତିକୁ ଅଖିଳେଶ ଯାଦବ ସମାଲୋଚନା କରଥିଲେ। ଏ ବାବଦରେ ବିଳମ୍ବିତ ରାତିରେ ଆଲୋଚନା ପରେ ଶେଷ ମୁହୂର୍ତ୍ତରେ ଆସନ ଦେବାକୁ କଂଗ୍ରେସ ମନା କରିବା ବିଶ୍ୱାସଘାତକତା ସହିତ ସମାନ ବୋଲି କହିଥିଲେ। ମଧ୍ୟପ୍ରଦେଶ ନିର୍ବାଚନରେ ପ୍ରଚାର ବେଳେ ଅଖିଳେଶ କେବଳ ଭାଜପା ନୁହେଁ, କଂଗ୍ରେସକୁ ମଧ୍ୟ ଟାର୍ଗେଟ କରିଥିଲେ।

Comments are closed.