ଆଜି ବାୟୁସେନାର ୮୭ତମ ପ୍ରତିଷ୍ଠା ଦିବସ: ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ୩ ସେନାର ମୁଖ୍ୟ
ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଆଜି ହେଉଛି ୮୭ତମ ପ୍ରତିଷ୍ଠା ଦିବସ । ଦିଲ୍ଲୀ ସ୍ଥିତ ୱାର ମେମୋରିଆଲରେ ସହିଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ୩ ସେନାର ମୁଖ୍ୟ । ବାୟୁସେନା ଦିବସରେ ଗାଜିୟାବାଦ ଏୟାରବେସରେ ପରାକ୍ରମ ଦେଖାଇବେ ଲଢୁଆ ବିମାନ ।
ବାୟୁସେନାର ପ୍ରତିଷ୍ଠା ଦିବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୁଭେଚ୍ଛା ଜଣାଇବା ସହ କହିଛନ୍ତି ଯେ, ବାୟୁସେନାର ବୀର ଯୋଦ୍ଧା ଓ ତାଙ୍କ ପରିବାରକୁ ଆମେ ସମ୍ମାନ କରୁଛୁ । ସାହାସର ସହ ବୀର ଯୋଦ୍ଧାମାନେ ଆକାଶରେ ଆମକୁ ସୁରକ୍ଷା ଦେଉଛନ୍ତି ।

ଏହା ସହ ପ୍ରଧାନମନ୍ତ୍ରୀ ନରେନ୍ତ୍ର ମୋଦୀ ଶୁଭେଚ୍ଛା ଜଣାଇବା ସହ ଟ୍ୱିଟ୍ ଯୋଗେ ବାୟୁସେନାର ପରାକ୍ରମକୁ ପ୍ରଂଶସା କରିଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ବାୟୁସେନାର ପ୍ରତିଷ୍ଠା ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ।
Comments are closed.