ଆଜି ଠିକଣା ଜାଗାରେ ପହଞ୍ଚିବ ଆଦିତ୍ୟ -L1

କିନ୍ତୁ କୌଣସି ମହାଜାଗତିକ ପିଣ୍ଡ ନଥିବା ଫାଙ୍କା ସ୍ଥାନ ଚାରିପଟେ ଅର୍ଥାତ୍ L1 ପଏଣ୍ଟ ଚାରିପଟେ ବୁଲିବା ପାଇଁ ସାଟେଲାଇଟକୁ ନିର୍ଦ୍ଧାରିତ କକ୍ଷପଥରେ ଅବସ୍ଥାପିତ କରିବା ଇସ୍ରୋ ପାଇଁ ସମ୍ପୂର୍ଣ୍ଣ ରୂପେ ନୂଆ ଅଭିଜ୍ଞତା। ଏଥିରେ ସଫଳ ହେଲେ ଇସ୍ରୋ ମହାକାଶ ଅନୁସନ୍ଧାନ କ୍ଷେତ୍ରରେ ଆଉ ପାଦେ ଆଗେଇବ।

L1 ପଏଣ୍ଟରେ ପୃଥିବୀ ଓ ସୂର୍ଯ୍ୟର ଚୁମ୍ବକୀୟ ଶକ୍ତି ସମାନ, ତେଣୁ ଆଦିତ୍ୟ L1 ଏହା ଚାରିପଟେ ଆଦିତ୍ୟ ପରିକ୍ରମା କରିପାରିବ। ଏହାକୁ କେବଳ ନିର୍ଦ୍ଦିଷ୍ଟ ପଏଣ୍ଟରେ L1ରେ ଅବସ୍ଥାପିତ କରିବାର ଅଛି, ଯାହା ଇସ୍ରୋ ପାଇଁ ବଡ ଚ୍ୟାଲେଞ୍ଜ। ଆଦିତ୍ୟ L1 ସଫଳତାର ସହ ଲାଗ୍ରାଏଞ୍ଜ ପଏଣ୍ଟରେ ଅବସ୍ଥାପିତ ହେଲେ, ଏହା ସୂର୍ଯ୍ୟ ଉପରେ ୨୪ ଘଣ୍ଟା ନଜର ରଖିବ ଏବଂ ଇସ୍ରୋକୁ ନୂଆ ନୂଆ ତଥ୍ୟ ପଠାଇବ।

ଭାରତର ପ୍ରଥମ ସୂର୍ଯ୍ୟ ମିଶନ ଆଦିତ୍ୟ L1 ଗତବର୍ଷ ସେପ୍ଟେମ୍ବର ୨ରେ ଲଞ୍ଚ ହୋଇଥିଲା। ଉତକ୍ଷେପଣ ପରଠାରୁ ଏହି ୪ ମାସ ମଧ୍ୟରେ ଏହା ସୂର୍ଯ୍ୟର ସମ୍ପୂର୍ଣ୍ଣ ଫଟୋ ଉଠାଇବା ସହିତ ବିଭିନ୍ନ ତଥ୍ୟ ସଂଗ୍ରହ କରି ପଠାଇଛି।

Comments are closed.