ପ୍ଲାଣ୍ଟରେ ଦୁର୍ଘଟଣା: ଜଣେ ମୃତ, ଜଣେ ଆହତ

କଟକ ଜିଲ୍ଲା ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଘଣ୍ଟିଖାଲଗ୍ରାମ ନିକଟସ୍ଥ ଆରତି ଷ୍ଟିଲ ପ୍ଲାଣ୍ଟରେ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି । ଖବର ଅନୁସାରେ, କ୍ରେନ୍ ସଫା କରୁଥିବା ନିଧିପୁର ଗ୍ରାମର ଇନ୍ଦ୍ରମଣୀ ସାହୁଙ୍କ ଉପରେ ୪୦ ଫୁଟ ଉଚ୍ଚରୁ ଏକ ହପର ଛିଡି ପଡିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାରେ କ୍ରେନ୍ ଅପରେଟର୍ ସୂର୍ଯ୍ୟକାନ୍ତ ସାହୁଙ୍କ ବୁଢା ଆଙ୍ଗୁଠି କଟିଯିବା ସହିତ ତାଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏନେଇ ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର କ୍ଷତିପୂରଣ ଓ ପରିବାରର ଜଣେ ସଦସ୍ୟକୁ ସ୍ଥାୟୀ ନିଯୁକ୍ତି ଦାବିରେ ଗ୍ରାମବାସୀମାନେ କମ୍ପାନୀ ଆଗରେ ଧାରଣା ଦେଇଛନ୍ତି ।

Comments are closed.