ରାମ ନବମୀ ପାଇଁ ଚଳଚଞ୍ଚଳ ଭଦ୍ରକ ସହର

ଆଜି ପବିତ୍ର ରାମ ନବମୀ। ସବୁଠି ଶୁଭୁଛି ରାମ ନାମ । ଜୟ ଶ୍ରୀରାମ ଧ୍ୱନୀରେ ଉତ୍ସବ ମୁଖର ହୋଇଛି ଗାଁଠୁ ସହର। ଏହି ପବିତ୍ର ଦିନରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କର ସବୁଠି ଚାଲିଛି ପୂଜା ଆରାଧନା।

ରାମ ନବମୀ ପାଇଁ ଚଳଚଞ୍ଚଳ ଭଦ୍ରକ। ସଂପୂର୍ଣ୍ଣ ଗେରୁଆମୟ ହୋଇଉଠିଛି ଅଞ୍ଚଳ, ଜୟ ଶ୍ରୀରାମ ଧ୍ୱନୀରେ କମ୍ପୁଛି ଗାଁ ଦାଣ୍ଡ। ସହର ଠାରୁ ପୁରପଲ୍ଲୀ ଯାଏ ସବୁଆଡେ ଉତ୍ସବମୁଖର ପରିବେଶ। ଗାନ୍ଧି ପଡିଆରେ ପୂଜା ପାଠ ସହ ଯଜ୍ଞ ଓ ହନୁମାନ ଚାଳିଶା ପାଠ ହେଉଛି। ଆଜି ଅପରାହ୍ନ ୪ଟାରେ ବାହାରିବ ନଗରସଂକୀର୍ତ୍ତନ। ୮୨ଟିରୁ ଅଧିକ ପ୍ରଜ୍ଞାପନ ମେଢ ସାହିବସ୍ତିରୁ ବାହାରିବ। ଏଥିପାଇଁ ଭଦ୍ରକ ସହରର ବିଭିନ୍ନ ସ୍ଥାନରେ ପୁଲିସ ପକ୍ଷରୁ ପେଟ୍ରୋଲିଂକୁ ଜୋରଦାର କରାଯାଇଛି।

Comments are closed.