ସାପକୁ କାମୁଡି ଦୁଇଖଣ୍ଡ କରିଦେଲା, ଦୁଇ ବର୍ଷର ଶିଶୁ

ସାପ ଦେଖିଲେ ସାଧାରଣତଃ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଥାଏ । ସାପ କହିଲେ ସମସ୍ତେ ଏକ ଦୁଷ୍ଟ ଜନ୍ତୁ ଭାବନ୍ତି । ସାପମାନଙ୍କ ମଧ୍ୟରେ ଅନେକ ସାପ ଅଛନ୍ତି ଯାହାର କାମୁଡ଼ା ମଣିଷର ମୃତ୍ୟୁ ଘଟାଇଥାଏ । ନିକଟରେ ତୁର୍କୀରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି ।

କୁହାଯାଉଛି, ଯେ ଦୁଇ ବର୍ଷର ଝିଅକୁ ସେଠାରେ ସାପ କାମୁଡ଼ି ଦେଇଥିଲା, ତା’ପରେ ଝିଅଟି ଦାନ୍ତରେ ସାପକୁ ଦବାଇ ଏହାକୁ ଚୋବାଇ ଦେଇଥିଲା । ଯାହାଫଳରେ ସାପଟି ଦୁଇ ଖଣ୍ଡ ହୋଇଯାଇଥିଲା । ଏହି ସମୟରେ ଏହି ଝିଅଟିକୁ ପ୍ରଥମେ ପଡୋଶୀମାନେ ଦେଖି ବିଙ୍ଗୋଲ ମାତୃତ୍ୱ ଏବଂ ଶିଶୁ ଡାକ୍ତରଖାନାକୁ ନିଆଯାଇଥିଲା । ଯେଉଁଠାରେ ତାଙ୍କୁ ୨୪ ଘଣ୍ଟା ନଜରରେ ରଖାଯାଇଥିଲା ।

ଏହି ଝିଅଟିର ନାମ ଏସ୍‌.ଇ. । ଝିଅଟି ତୁର୍କୀର ବିଙ୍ଗୋଲ ସହରର କାନ୍ତର ଗାଁରେ ନିଜ ପରିବାର ସହିତ ରୁହନ୍ତି । ସେ ନିଜ ଘରର ପଛପାଖରେ ଖେଳୁଥିବା ସମୟରେ ଚିତ୍କାର କରିଉଠିଥିଲେ । ଏହାଶୁଣି ପଡେ଼ାଶୀମାନେ ଧାଇଁଆସିଲେ । ପଡେ଼ାଶୀ ତାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ଛୋଟ ଝିଅର ପାଟିରେ ୫୦ ସେମି (୨୦ ଇଞ୍ଚ) ସାପ ଅଟକି ରହିଥିବାର ଦେଖିବା ସହିତ ତା’ର ତଳ ଓଠରେ ଯନ୍ତ୍ରଣାଦାୟକ କାମୁଡ଼ିବା ଚିହ୍ନ ମଧ୍ୟ ଦେଖିଥିଲେ । ସଙ୍ଗେ ସଙ୍ଗେ ଝିଅଟିକୁ ସାପଠାରୁ ଅଲଗା କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଯେଉଁଠାରେ ତାଙ୍କୁ ୨୪ ଘଣ୍ଟା ନଜରରେ ରଖାଯାଇଥିଲା ।

କୁହାଯାଉଛି ଯେ ଝିଅଟି ଡାକ୍ତରଖାନାରେ ଅଛି । ଖବର ମୁତାବକ, ଏହି ମାମଲା ସୋସିଆଲ ମିଡିଆରେ ଆଲୋଚନାର ବିଷୟ ହୋଇଛି ।

ଝିଅଟି ଖେଳିବା ସମୟରେ ଏହି ସାପଟି ଝିଅର ନିକଟତର ହୋଇଥିଲା । ଝିଅଟି ସାପକୁ ଖେଳନା ଭାବରେ ଖେଳିବା ଆରମ୍ଭ କଲା । ତେବେ ଏହି ସମୟ ମଧ୍ୟରେ ସାପ ଝିଅର ଓଠକୁ କାମୁଡ଼ି ଦେଇଥିଲା । ଏହା ଫଳରେ ଝିଅଟି ରାଗିଯାଇ ସାପଟିକୁ କାମୁଡ଼ି ଦୁଇଖଣ୍ଡ କରିଦେଇଥିଲା ।

Comments are closed.