ମୋ ପଛରେ ପୁରା ଗ୍ୟାଙ୍ଗ ଲାଗିପଡିଛନ୍ତି : ଏ ଆର ରେହମାନ

ବହୁ ପ୍ରତିକ୍ଷିତ ଫିଲ୍ମ “ଦିଲ ବେଚାରା”ର ମ୍ୟୁଜିକ କମ୍ପୋସ କରିଥିଲେ ଦିଗ୍ଗଜ ସଂଗୀତ ନିର୍ଦେଶକ ଏ ଆର ରେହମାନ । ବର୍ତମାନ ଏହି ଫିଲ୍ମଟି ସମଗ୍ର ଦେଶରେ ଚହଳ ପକାଇଥିବା ବେଳେ ଏକ ନୂଆ ଖବର ସାମନାକୁ ଆସିଛି । ଏକ ଇଣ୍ଟରଭିଉରେ ସଂଗୀତ ନିର୍ଦେଶକ ଏ ଆର ରେହମାନକୁ ପ୍ରଶ୍ନ କରାଯାଇଥିଲା ଯେ ସେ କେଉଁ କାରଣକୁ ବର୍ତମାନ ସମୟରେ ବଲିଉଡ ଇଣ୍ଡଷ୍ଟ୍ରିରେ ଖୁବ କମ କାମ କରୁଛନ୍ତି । ଏହାର ଉତ୍ତରରେ ସେ କହିଥିଲେ ଯେ ବଲିଉଡ ଇଣ୍ଡଷ୍ଟ୍ରିରେ ଏକ ବଡ ଗ୍ୟାଙ୍ଗ ତାଙ୍କ ବିରୁଦ୍ଧରେ ଅନେକ ଅନେକ ଗୁଜବ ପ୍ରଚାର କରୁଛନ୍ତି । ଯେତେବେଳେ “ଦିଲ ବେଚାରା” ଫିଲ୍ମର ନିର୍ଦେଶକ ମୁକେଶ ଛାବରା ତାଙ୍କୁ ସଂଗୀତ ନିର୍ଦେଶନା ପାଇଁ କହିଥିଲେ, ସେ ତାଙ୍କୁ ଦୁଇ ଦିନରେ ୪ଟି ଗୀତ ବନେଇ ଦେଇଥିଲେ । ତାଙ୍କଠୁ ସେ ଜାଣିବାକୁ ପାଇଥିଲେ ଯେ ଅନେକ ଲୋକ ମୁକେଶଙ୍କୁ ରେହମାନଙ୍କ ପାଖକୁ ଯିବାକୁ ବାରଣ କରିଥିଲେ । ସେଇଠାରୁ ସେ ଏ ସମ୍ପର୍କରେ ଜାଣିବାକୁ ପାଇଥିଲେ ଯେ କଣ ପାଇଁ ଭଲ ଫିଲ୍ମର ସଂଗୀତ ନିର୍ଦେଶନା ଦେବା ପାଇଁ ତାଙ୍କ ପାଖକୁ ଅଫର ଆସୁନାହିଁ । ହେଲେ ଏଥିରେ ସେ ବ୍ୟସ୍ତ ବିବ୍ରତ ନହୋଇ ନିଜର ଭାଗ୍ୟ ଏବଂ ଭଗବାନଙ୍କ ଉପରେ ପୁର୍ଣ ବିଶ୍ୱାସ ରଖି କୌଣସିବି ଅଫରକୁ ଗ୍ରହଣ କରିବା ପାଇଁ ରାଜିଥିବା କହିଛନ୍ତି ।

Comments are closed.