ମୃତ ଭିକାରି ନିକଟରୁ ମିଳିଲା ଏତେ ଟଙ୍କା, ଯାହାକୁ ଗଣିବା ପାଇଁ ପୋଲିସକୁ ଲାଗିଲା ୮ ଘଣ୍ଟା

ମୁମ୍ବାଇ: ମୁମ୍ବାଇର ଗୋବଡୀ ରେଳ ଷ୍ଟେସନରେ ଜଣେ ଭିକାରିକୁ ଲୋକାଲ୍ ଟ୍ରେନ୍ ଧକ୍କା ଦେବାକୁ ତାର ମୃତ୍ୟୁ ହୋଇଥିଲା । ମୃତ ଭିକାରିର ପରିବାରଲୋକଙ୍କ ସନ୍ଧାନରେ ଯାଇଘରେ ପହଞ୍ଚିଥିଲେ ରେଳ ପୋଲିସ, କିନ୍ତୁ ସେଠାରେ ଯାହା ଦେଖିଲେ ତାହା ଶୁଣି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।

ତେବେ ରେଲୱେ ପୋଲିସଙ୍କୁ ଭିକାରିର ଝୋପଡୀରୁ ପଇସାରେ ଭର୍ତ୍ତି ବ୍ୟାଗ୍ ଓ ଥାଳି ଥିଲା । ସେଥିରେ ପ୍ରାୟ ୨ ଲକ୍ଷର ନୋଟ୍ ଓ କଏନ୍ ଥିଲା, ଯାହାକୁ ଗଣିବା ପାଇଁ ପୋଲିସକୁ ୮ ଘଣ୍ଟା ସମୟ ଲାଗିଥିଲା । ଏହା ସହ ଭିକାରି ଘରୁ ଗୋଟିଏ ବ୍ୟାଙ୍କ ପାସବୁକ୍ ମିଳିଥିଲା, ଯେଉଁଥିରେ ୮ ଲକ୍ଷ ୭୭ ହଜାର ଟଙ୍କା ଜମା କରିଥିବାର ରସିଦ ମିଳିଥିଲା ।

ଭିକାରିଟି ତାର ପରିବାର ସହ ବିରଭିଚନ୍ଦ୍ର ଆଜାଦରେ ରହୁଥିଲା । ପରେ ପରିବାରର ସମସ୍ତ ସଦସ୍ୟ ଅନ୍ୟତ୍ର ଚାଲିଯିବା ପରେ ସେ ଗୁଜୁରାଣ ମେଣ୍ଟାଇବା ପାଇଁ ଭିକ ମାଗୁଥିଲା ।

Comments are closed.