ଭାରତରେ ଦିନିକିଆ ରାଷ୍ଟ୍ରୀୟ ଶୋକଦିବସ
ନୂଆଦିଲ୍ଲୀ : ଆଜି ଭାରତ ପାଳିବ ଦିନିକିଆ ଶୋକ ଦିବସ । ବ୍ରିଟେନ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ବିୟୋଗରେ ସାରା ବିଶ୍ୱ ଶୋକରେ ବୁଡିଛି । ମହାରାଣୀଙ୍କୁ ସମ୍ମାନ ଜଣାଇ ଆଜି ଭାରତରେ ଦିନିକିଆ ରାଷ୍ଟ୍ରୀୟ ଶୋକଦିବସ ପାଳିତ ହେଉଛି । ଏହି ପରିପ୍ରେକ୍ଷୀରେ ଆଜି ଭାରତର ସମସ୍ତ ସୌଧରେ ନିୟମିତ ଭାବେ ଉଡୁଥିବା ଜାତୀୟ ପତାକା ଅର୍ଦ୍ଧନମିତ ରହିଛି ।
ଏହାସହିତ ଆଜିର ଦିନରେ କୌଣସି ପ୍ରକାର ଔପଚାରିକ ମନୋରଞ୍ଜନଧର୍ମୀ କାର୍ୟ୍ୟକ୍ରମ ଆୟୋଜନ କରାଯିବ ନାହିଁ । ଏନେଇ ଗୃହ ମନ୍ତ୍ରଣାଳୟ ପକ୍ଷରୁ ବିବୃତ୍ତି ଜାରି କରାଯାଇଛି । କେବଳ ଭାରତ ନୁହେଁ ରାଣୀ ଏଲିଜାବେଥଙ୍କ ସମ୍ମାନାର୍ଥ? ୫୦ରୁ ଅଧିକ ଦେଶ ସେମାନଙ୍କ ଜାତୀୟ ପତାକା ଅର୍ଦ୍ଧନମିତ କରିବେ ।
ଗତ ଗୁରୁବାର ଦିନ ୯୬ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ବ୍ରିଟେନ ରାଣୀ ଏଲିଜାବେଥ ଦ୍ୱିତୀୟ । ସ୍କଟଲାଣ୍ଡର ବାଲମୋରାଲ କ୍ୟାସେଲରେ ସେ ପ୍ରାଣତ୍ୟାଗ କରିଛନ୍ତି । ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ପାଇଁ ତାଙ୍କର ପରଲୋକ ଘଟିଛି ।
ମହାରାଣୀଙ୍କ ମହାପ୍ରୟାଣରେ ବ୍ରିଟେନରେ ୭ ଦିନିଆ ଶୋକ ଦିବସ ପାଳନ ହେଉଛି । ଆସନ୍ତା ଗତ ୧୯ ତାରିଖ ଦିନ ଲଣ୍ଡନର ୱେଷ୍ଟମିନଷ୍ଟର ଆବେରେ ବ୍ରିଟେନ ମହାରାଣୀଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ ।
Comments are closed.