ବ୍ରଜରାଜନଗର ଉପନିର୍ବାଚନ, ଦିନ ୩ଟା ସୁଦ୍ଧା ୫୭% ମତଦାନ
ଭୁବନେଶ୍ୱର : ଆଜି ଭୋଟ ଦେଉଛି ବ୍ରଜରାଜନଗର । ବ୍ରଜରାଜନଗର ବିଧାନସଭା ଆସନ ପାଇଁ ଆଜି ମତଦାନ ଚାଲିଛି । । ସକାଳ ୭ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ଯାଏ ମତଦାନର ସମୟ ରହିଛି । ଦିନ ୩ଟା ସୁଦ୍ଧା ୫୭ ପ୍ରତିଶତ ମତଦାନ ହୋଇଛି । ତେବେ ସକାଳ ୧୧ଟା ସୁଦ୍ଧା ୩୨ ପ୍ରତିଶତ ମତଦାନ ହୋଇଥିଲା । ପୂର୍ବରୁ ସକାଳ ୯.୩୦ ସୁଦ୍ଧା ମୋଟ ୧୧ ପ୍ରତିଶତ ମତଦାନ ହୋଇଥିଲା ।
ବିଭିନ୍ନ ରାଜନୈତିକ ଦଳ ଓ ସ୍ୱାଧୀନ ପ୍ରାର୍ଥୀଙ୍କୁ ମିଶାଇ ମୋଟ ୧୧ ପ୍ରାର୍ଥୀ ପ୍ରତିନ୍ଦ୍ୱନ୍ଦ୍ୱୀତା କରୁଛନ୍ତି । ୨୭୯ଟି ବୁଥରେ ୨ ଲକ୍ଷ ୧୪ ହଜାର ୮୭୮ ଭୋଟର ନିଜର ମତଦାନ ସାବ୍ୟସ୍ତ କରିବେ । ସେଥିରୁ ୨୨ଟି ନୂଆ ବୁଥ୍, ୩୦ଟି ଆଦର୍ଶ ବୁଥ୍ ଓ ୫ଟି ପିଙ୍କ ବୁଥର ବ୍ୟବସ୍ଥା କରାଯାଇଛି । ୧୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ୨ ଲକ୍ଷରୁ ଅଧିକ ଭୋଟର ।
Comments are closed.