୧୪୨ କିଗ୍ରା ଗଞ୍ଜେଇ ଜବତ ସହ ଜଣେ ଗିରଫ

ମାଲକାନଗିରି(ଅପୂର୍ଵ ଥଣ୍ଡର) : ମାଲକାନଗିରି ଜିଲ୍ଲାର ପଡିଆ ପୋଲିସକୁ ମିଳିଛି ଏକ ବଡ଼ ସଫଳତା | ଅନ୍ତରାଜ୍ଯ ଚାଲାଣ ହେଉଥିବା ଏକ ଗଞ୍ଜେଇ ବୋଝେଇ କାର କୁ ଜବତ କରିଛି ପୋଲିସ । ସୂଚନା ମୁତାବକ ଗତକାଲି ରାତି ପ୍ରାୟ ୧୧ ଟା ବେଳେ ମାଲକାନଗିରି ଏସପି ଙ୍କ ନିର୍ଦ୍ଦେଶ କ୍ରମେ ପଡିଆ ଥାନା ଅଧିକାରୀ ସୁନୀଲ କୁମାର ସୋରେନ, ଏସଆଇ ନିମାଇ ଚରଣ ପଣ୍ଡା ସମେତ ଏକ ଟିମ୍ ଓଡିଶା – ଛତ୍ତିଶଗଡ଼ ସୀମାନ୍ତ କମାରଗୁଡା ବ୍ରିଜ ଉପରେ ଡ୍ୟୁଟି କରୁଥିଲେ। ଏହି ସମୟରେ ଟିଏସ ୦୪ ଇଏ ୫୯୦୭ ନମ୍ଵରଧାରୀ ଏକ କାର ଦ୍ରୁତ ଗତିରେ ଓଡିଶାରୁ ଛତିଶଗଡ଼ ଅଭିମୁଖେ ଯାଉଥିଲା। ଏହି ସମୟରେ ପୋଲିସ ଗାଡିଟିକୁ ଅଟକାଇ ଯାଞ୍ଚ କରିବା ସହ ମୋଟ ୧୪୨ କେଜି ୨୦୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲା। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୭ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ଵ ହେବ ବୋଲି ଜଣାପଡିଛି । ଗିରଫ ବ୍ୟକ୍ତି ଜଣଙ୍କ ଆନ୍ଧ୍ରପ୍ରଦେଶ ରାଜ୍ୟ ଭଦ୍ରାଚଲମ ଅଞ୍ଚଳର ବୋଲି ଜଣାପଡିଛି। ଅନ୍ୟପଟେ ଏ ନେଇ ପଡିଆ ଥାନାରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ଜଣଙ୍କୁ କୋର୍ଟ ଚାଳାଣ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

Comments are closed.