ଚୋରୀ ଗାଡି ଅଭିଯୋଗରେ ୩ ଗିରଫ
ଜଟଣୀ(ସଞ୍ଜୀବ କୁମାର) : ପୁଲିସ ହାବୁଡରେ ୩ ଅଭିଯୁକ୍ତ । ଗାଡି ମାଲିକଙ୍କ ଅଭିଯୋଗ କ୍ରମେ ବିଭିନ୍ନ ଅଂଚଳର ୩ଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ପୁଲିସ ଏମାନଙ୍କଠାରୁ ଚୋରା ବୋଲୋରେ ସମେତ ଆହୁରି କେତେକ ଚୋରା ସାମଗ୍ରୀକୁ ଜବତ କରିଥିବା ପୁଲିସ ପକ୍ଷରୁ ସୁଚନା ମିଳିଛି । ସୁଚନାନୁସାରେ, ଦିଲୀପ କୁମାର ଭୂଜବଳ ନାମକ ଜଣେ ଗାଡି ମାଲିକଙ୍କ ବୋଲେରୋ ଗୋଡିକୁ ଚଳିତ ୧୪ ତାରିଖରେ କେହି ଚୋରି କରିନେଇଥିବା ଜଟଣୀଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତିକରି ପୁଲିସ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତପରେ ପୁଲିସ ଏଥିରେ ସଂପୃକ୍ତ ଜଟଣୀଥାନା ବେଣାପଜଂରୀ ଗ୍ରାମର କୁରବାନ ଓରଫ ସେକ ଇନାତୁଲା(୨୧) ଏବଂ ହମ ଓରଫ ମହମଦ ହମସର(୩୨) ବୋଲି ପୁଲିସ କହିଥିବା ବେଳେ ଏମାନଙ୍କଠାରୁ ଉକ୍ତ ଚୋରି ଗାଡିକୁ କିଣିଥିବା ପିପିଲିଥାନା ଦାନଗୋହୀର ଅଂଚଳର ଧଡିଆ ଓରଫ ମହମ୍ମଦ ନୁରୁଲକୁ ପୁଲିସ ଗିରଫ କରିଛି । ଖୋର୍ଦ୍ଧା ଅଂଚଳରୁ ଚୋରି ହୋଇଥିବା ଓଆର ୦୨ବିୱାଇ ୫୫୬୫ ବିଶିଷ୍ଟ ଏକ ବୋଲେରୋ ଗାଡିକୁ ପୁଲିସ ଏମାନଙ୍କଠାରୁ ଜବତ କରିଥିବା ବେଳେ ଗତମାସରେ ଓଆର ୦୭ ବିଏଫ ୪୮୭୨ନଂ ବିଶିଷ୍ଟ ଏକ ବୋଲେରୋ ପିକଅପ ଭ୍ୟାନକୁ ଜବତ କରିଛି । ମାତ୍ର ଏହି ପିକଅପ ଭ୍ୟାନ ଗତମାସରେ ଖୋର୍ଦ୍ଧା ଟାଉନଥାନା ଅଂଚଳରୁ ଲୁଟ ହୋଇଥିଲା ବୋଲି ପୁଲିସ ସୂଚନା ଦେଇଛି । ସେହିପରି ଏକ ନମ୍ବର ବିହୀନ ୟାମାହା ଗାଡି ଏମାନଙ୍କଠାରୁ ଜବତ ହୋଇଥିବା ବେଳେ ଏହି ଗାଡିଟି ପୁରୀ ତାଳବଣିଆ ଅଂଚଳରୁ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା । ସେହିକ୍ରମରେ ଏକ ଭିଭୋ ମୋବାଇଲ ଫୋନ ଏମାନଙ୍କ ନିକଟରୁ ଉଦ୍ଧାର କରାଯାଇଛି । ଏହି ମୋବାଇଲ ଫୋନ ନିରାକାରପୁର ଅଂଚଳରୁ ଲୁଟ ହୋଇଥିବା ଅଭିଯୋଗ ହୋଇଥିଲା ବେଳେ ପୁଲିସ ଏମାନଙ୍କ ନିକଟରୁ ଓଡି ୦୨ ବିଭି ୮୩୮୬ ନମ୍ବର ବିଶିଷ୍ଟ ବଜାଜ ପଲସର ବାଇକ ଜବତ କରିଛି ବୋଲି ଜଟଣୀଥାନା ଆଇଆଇସି ଦୟାନିଧୀ ନାୟକ କହିଛନ୍ତି । ଏନେଇ ଜଟଣୀଥାନାରେ ଏମାନଙ୍କ ବିରୋଧରେ ମାମଲାରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଥିବା କହିଛନ୍ତି ।
Comments are closed.