ରେଳ ସୁରକ୍ଷା ବଳର ‘ଅପରେସନ ମହିଳା ସୁରକ୍ଷା’ ଦ୍ୱାରା ଟ୍ରେନରୁ ନାବାଳିକା ଉଦ୍ଧାର
ଜଟଣୀ(ସଞ୍ଜୀବ କୁମାର) : ଏକ ନାବାଳିକାକୁ ଟ୍ରେନରୁ ଉଦ୍ଧାର କରାଯାଇଛି । ଗଂଜାମ ଜିଲା ବ୍ରହ୍ମପୁର ମ୍ୟୁନିସିପାଲିଟି କଲୋନୀ ଅଂଚଳରେ ରହୁଥିବା ଭିନ୍ନକ୍ଷମ କପିଳେନ୍ଦ୍ର ନାୟକଙ୍କ ନାବାଳିକା ଝିଅ ଘରୁ କେଉଁ ଆଡେ ପଳାଇଯାଇଥିବା କପିଳେନ୍ଦ୍ର ନିକଟସ୍ଥ ଥାନାରେ ଅଭିଯୋଗ କରିଥିଲେ । ତେବେ ଗତକାଲି ୨୨୮୨୦ ନଂ ବିଶିଷ୍ଟ ଭୂବନେଶ୍ୱର- ବିଶାଖାପାଟନମ ଏକ୍ସପ୍ରେସରେ ଉକ୍ତ ନାବାଳିକା ଝିଅଟି ଯାଉଥିବା ବେଳେ ଖୋର୍ଦ୍ଧାରୋଡ ରେଳସୁରକ୍ଷାବଳର ଏଏସଆଇ ଏ.କେ ବେହେରା ଝିଅଟିକୁ ପଚରାଉଚରା କରିଥିଲେ । ମାତ୍ର ଝିଅଟିର କଥାବାର୍ତାରେ ତାଳମେଳ ନଥିବାରୁ ସୁରକ୍ଷାବଳ କର୍ମିଙ୍କ ସନ୍ଦେହ ପ୍ରକଟ ହୋଇଥିଲା । ତେଣୁ ଏନେଇ ରେଳସୁରକ୍ଷାବଳଟିମର ଅପରେସନ ମହିଳା ଟିମକୁ ଅବଗତ କରିଥିଲେ । ତେବେ ଏନେଇ ଉକ୍ତ ନାବାଳିକା ଝିଅଟିକୁ ପଚରାଉଚରାପରେ ସେ ଘରୁ ଲୁଚି ପଳାଇଆସିଥିବା କହିଥିଲା । ତେଣୁ ଝିଅଟିର ପରିବାର ଲୋକଙ୍କୁ ଅବଗତ କରାଯାଇଥିଲା । ମାତ୍ର ଝିଅଟିର ପିତାମାତା ଦୃଷ୍ଟିହୀନ ବୋଲି ଜଣାପଡିଛି । ରେଳସୁରକ୍ଷାବଳ ଟିମ ଆଜି ନାବାଳିକା ଝିଅଟିକୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଖୋର୍ଦ୍ଧାରୋଡ ରେଳସୁରକ୍ଷାବଳଧିକାରୀ ମନୋଜ କୁମାର ଶର୍ମା କହିଛନ୍ତି ।
Comments are closed.