ନେପାଳରେ ବିମାନ ନିଖୋଜ
ନୂଆଦିଲ୍ଲୀ: ନେପାଳରେ ଆଜି ଏକ ଛୋଟ ବିମାନ ନିଖୋଜ ହୋଇଯାଇଛି। ସେଥିରେ ୨୨ ଜଣ ଯାତ୍ରୀ ଥିଲେ। ସେମାନଙ୍କ ମଧ୍ୟରେ ୪ ଜଣ ଭାରତୀୟ ଅଛନ୍ତି। ନିଖୋଜ ବିମାନଟି ଘରୋଇ ଏୟାରଲାଇନ୍ ସଂସ୍ଥା ‘ତାରା ଏୟାର’ର। ଦୁଇଟି ଇଞ୍ଜିନ ବିଶିଷ୍ଟ ତାରା ଏୟାର ୯ ଘଇଋଞ ବିମାନଟି ନେପାଳର ରାଜଧାନୀ କାଠମାଣ୍ଡୁ ଠାରୁ ପ୍ରାୟ ୨୦୦ କିମି ଦୂରରେ ଥିବା ପୋଖରାରୁ ଉଡ଼ାଣ ଭରିଥିଲା। ଏହା ଜୋମ୍ସୋମ୍ ଅଭିମୁଖେ ଯାତ୍ରା କରୁଥିବା ବେଳେ ନିଖୋଜ ହୋଇଯାଇଥିବା ଖବର ଆସିଛି।
ବିମାନଟି ଜୋମସୋମରେ ପହଞ୍ଚି ସାରିଥିଲା। କିନ୍ତୁ ହଠାତ୍ ଏହା ରୁଟ୍ ବଦଳାଇ ଦେଇଥିଲା ଓ ନିଖୋଜ ହୋଇଯାଇଥିଲା। ସ୍ଥାନୀୟ ସମୟ ଅନୁସାରେ ସକାଳ ୯ଟା ୫୫ରେ ଏହା ସହିତ ସମସ୍ତ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା।
ଏହାକୁ ଖୋଜିବା ଏକ ହେଲିକପ୍ଟରକୁ ପଠାଯାଇଥିବା ଜଣାପଡ଼ିଛି।
Comments are closed.