ଜଳହସ୍ତୀ ଖୁଆଡ଼ରେ ପଶିଲା କୁମ୍ଭୀର, ଆଉ ତାପରେ…..

ଭୁବନେଶ୍ୱର : ଦେଶର ଅନ୍ୟତମ ପ୍ରମୁଖ ଚିଡିଆଖାନା ନନ୍ଦନକାନନ ଏବେ ଅସୁରକ୍ଷିତ ପ୍ରାଣୀ ଉଦ୍ୟାନରେ ପରିଣତ ହୋଇଛି। ପ୍ରତିଦିନ ଜୀବଜନ୍ତୁଙ୍କ ମୃତ୍ୟୁ, ପର୍ଯ୍ୟଟକଙ୍କୁ ଆକ୍ରମଣ, ଦୁର୍ବ୍ୟବହାର ଆଦି ଘଟଣା ଘଟୁଥିବା ନଜିର ରହିଛି। ଶନିବାର ନନ୍ଦନକାନନ ସିଂହୀ ଖୁଆଡ଼ରେ ଚିତି ସାପ ପଶି ଦଂଶନ କରିଥିବାରୁ ସିଂହୀର ମୃତ୍ୟୁ ହୋଇଥିଲା। ତେବେ ରବିବାର ନନ୍ଦନକାନନ ପ୍ରାଣୀଉଦ୍ୟାନର ଜଳହସ୍ତୀ ରହୁଥିବା ୬୩ ନଂ ଖୁଆଡ଼ରେ ଏକ ୩ ଫୁଟିଆ ମଗର କୁମ୍ଭୀର ଦେଖିବାକୁ ମିଳିଛି । କୁମ୍ଭୀରକୁ ଦେଖି ଜଳହସ୍ତୀମାନେ ପାଣି ଭିତରୁ ବାହାରକୁ ବାହାରି ଆସିଥିଲେ। ଦୀର୍ଘ ସମୟ ପାଇଁ କୁମ୍ଭୀର ପାଣିରେ ବୁଲିଥିଲା। କିଛି ପର୍ଯ୍ୟଟକ ଏହା ଦେଖି ହୋ-ହଲ୍ଲା କରିଥିଲେ।

ସୂଚନା ପାଇ ନନ୍ଦନକାନନ କର୍ତ୍ତୃପକ୍ଷ କୁମ୍ଭୀରକୁ ବାହାରକୁ ଆଣିବା ପାଇଁ ପହଞ୍ଚିଥିଲେ। ଏହା ଦେଖିବାକୁ ଲୋକଙ୍କ ମଧ୍ୟରେ ପ୍ରବଳ ଭିଡ଼ ଲାଗିଥିଲା।

Comments are closed.