ଚର୍ଚ୍ଚ ଭିତରେ ଠେଲାପେଲା, ୩୧ ମୃତ

ନୂଆଦିଲ୍ଲୀ: ଚର୍ଚ୍ଚ ଭିତରେ ଠେଲାପେଲା।  ଏକ କାର୍ୟ୍ୟକ୍ରମ ବେଳେ ଚର୍ଚ୍ଚ ଭିତରେ ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଛି। ଏଥିରେ ୩୧ ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହ ୭ଜଣ ଆହତ ହୋଇଛନ୍ତି। ଦକ୍ଷିଣ ନାଇଜେରିଆର ଏକ ଚର୍ଚ୍ଚରେ  ଏଭଳି ଅଘଟଣ ଘଟିଛି।
ସୂଚନା ମୁତାବକ, ‘ଅଭାବୀ ଲୋକଙ୍କୁ ସହାୟତା’ ପାଇଁ ଚର୍ଚ୍ଚ ଭିତରେ ଶନିବାର ଏକ କାର୍ୟ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ସମୟରେ ଚର୍ଚ୍ଚ ଭିତରେ ପ୍ରବଳ ଭିଡ଼ ଜମି ଥିଲା। ପରେ ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଥିଲା।
ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସକାଳ ୯ଟାରେ ଏହି କାର୍ୟ୍ୟକ୍ରମ ଆରମ୍ଭ ହେବାକୁ ଥିବା ବେଳେ ଭୋର ୫ଟାରୁ ଲୋକେ ଚର୍ଚ୍ଚରେ ପହଞ୍ଚି ଯାଇଥିଲେ। ତେବେ ଚର୍ଚ୍ଚର ମୁଖ୍ୟ ଫାଟକରେ ତାଲା ପଡିଥିଲା। ପରେ ଲୋକମାନେ ଏହି ଫାଟକକୁ ଭାଙ୍ଗି ଦେଇଥିଲେ। ଚର୍ଚ୍ଚ ଭିତରେ ପ୍ରବେଶ କରିବା ବେଳେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ଘଟଣା ପରେ ପୂରା ଅଞ୍ଚଲକୁ ସିଲ୍‌ କରାଯାଇଛି।

Comments are closed.