ଜୁନ୍ ୨୪ରେ ମୋଦି-ପୁଟିନ୍-ଜିନ୍ପିଙ୍ଗ ଭେଟ
ନୂଆଦିଲ୍ଲୀ : ୟୁକ୍ରେନ ଯୁଦ୍ଧ ଏବଂ ଲଦାଖ ସୀମାରେ ଚାଇନା ପକ୍ଷରୁ ଉତ୍ତେଜନା ସୃଷ୍ଟି ଜାରି ରହିଛି। ଏପରିସ୍ଥଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ମାସରେ ଚାଇନା ଏବଂ ରୁଷିଆର ରାଷ୍ଟ୍ରପତିଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବେ। ବ୍ରିକ୍ସ ଶିଖର ସମ୍ମିଳନୀରେ ମୋଦିଙ୍କ ସହିତ ଭ୍ଲାଡ଼ିମିର ପୁଟିନ୍ ଏବଂ ଶି ଜିନ୍ପିଙ୍ଗଙ୍କ ସାକ୍ଷାତ୍ ହେବ।
ବ୍ରିକ୍ସ ସମ୍ମିଳନୀରେ ବ୍ରାଜିଲ, ରୁଷିଆ, ଭାରତ, ଚାଇନା ଏବଂ ଦକ୍ଷିଣ ଆଫ୍ରିକା ଯୋଗଦେବେ। ଯଦିଓ ଏହି ସମ୍ମିଳନୀ ଭର୍ଚୁଆଲ ହେବ, ତଥାପି ସମଗ୍ର ବିଶ୍ୱର ଆଖି ଏହା ଉପରେ ରହିଛି। ରୁଷିଆର ୟୁକ୍ରେନ ଉପରେ ଆକ୍ରମଣ ପରେ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିନ ପ୍ରଥମ ଥର ପାଇଁ ବ୍ରିକ୍ସ ବୈଠକରେ ଯୋଗଦେବାକୁ ଯାଉଛନ୍ତି। ଟାଇମ୍ସ ଅଫ ଇଣ୍ଡିଆ ସୂତ୍ରରୁ ପ୍ରକାଶ ଯେ ଏହି ବ୍ରିକ୍ସ ସମ୍ମିଳନୀ ଜୁନ ୨୪ରେ ଅନୁଷ୍ଠିତ ହେବ।
Comments are closed.