ଦେଶରେ ଦିନକରେ ୨୬୮୫ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଚିନ୍ତା ବଢାଉଛି ମହାମାରୀ କୋରୋନା । ଦୈନିକ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟାରେ ଗୋଟିଏ ଦିନ କମ୍‌ ହେଲେ ପରଦିନ ବୃଦ୍ଧି ହେଉଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨,୬୮୫ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି  । ଦିନକରେ ୩୩ ଜଣଙ୍କ ମୃତ୍ୟୁ ହୋଇଛି । ଏହାସହ ୨,୧୫୮ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।ମନ୍ତ୍ରଣାଳୟ ଅନୁଯାୟୀ, ଭାରତରେ ସକ୍ରିୟ ମାମଲା ଏବେ ୧୬ ହଜାର ଉପରେ ରହିଛି । ଆଜିର ନୂତନ ସଂକ୍ରମଣକୁ ମିଶାଇ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୬,୩୦୮ ରହିଛି । ଏହି କ୍ରମରେ ବର୍ତ୍ତମାନ ଦୈନିକ ପଜିଟିଭ ହାର ୦.୬୦% ରହିଛି । ଦେଶରେ ଏଯାବତ ୪୨,୬୦,୯୩,୩୫ ସଂକ୍ରମଣରୁ ଆରୋଗ୍ୟ ଲାଭ କରିଛନ୍ତି । ଏବଂ ୫,୨୪,୫୭୨ ଜଣଙ୍କ ମୃତ୍ୟୁ ଘଟିଛି । ଦେଶବ୍ୟାପୀ ସମୁଦାୟ ୧,୯୩,୧୩,୪୧,୯୧୮ କୋଟିରୁ ଅଧିକ ଡୋଜ୍ ଟୀକାକରଣ କରାଯାଇଛି ।

Comments are closed.