ପ୍ରଶାସନ ପକ୍ଷରୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଚାନକ ଚଡାଉ
ଖୋର୍ଦ୍ଧା(ରାକେଶ କୁମାର ଜଗଦେବ) : ଘରୋଇ ଆମ୍ବୁଲାନସ ମାଲିକ ମାନେ ଲାଭଖୋର ମନବୃତ୍ତି ନେଇ ଜରୁରୀ କାଳୀନ ପରିସ୍ଥିତିରେ ରୋଗୀ ମାନଙ୍କୁ ମନ ଇଛା ପଇସା ଲୁଟୁଥିବା ଅଭିଯୋଗରେ ପ୍ରଶାସନ ପକ୍ଷରୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଚାନକ ଚଡାଉ | ଚଢାଉ କରଛନ୍ତି ବାଲୁଗାଁ ଏସ ଡି ପି ଓ ମାନସ ରଂଜନ ବାରିକ ତାଙ୍କ ସହ ଥିଲେ ଟାଙ୍ଗୀ ତହସିଲ ଦାର ସ୍ମୁତି ରଂଜନ ଶତପଥୀ | ଟାଙ୍ଗୀ ଥାନା ଆଇ ଆଇ ସି ବିଜୟ କୁମାର ମଲିକ ଚଢାଉ କରି ଘରୋଇ ଆମ୍ବୁଲାନସ ଗାଡି ଗୁଡିକର କାଗଜ ପତ୍ର କରିଛନ୍ତି ଯାଂଚ ତା ସହ ଆମ୍ବୁଲାନସରେ ଲାଗିଥିବା ଅକ୍ସିଜେନ ସିଲିଣ୍ଡରର ମଧ୍ୟ୍ୟ କରିଛନ୍ତି ଯାଂଚ | ରୋଗୀ ମାନଙ୍କୁ ଟାଙ୍ଗୀ ମେଡିକାଲ ପରିସରରେ ଥିବା ଘରୋଇ ଆମ୍ବୁଲାନସ ଗୁଡିକ ସୁବିଧା ରେ ସେବା ଯୋଗାଇ ଆସୁଛନ୍ତି ହେଲେ କେତେକ ମାଲିକ ଅତ୍ୟଧିକ ଲାଭ ଖୋର ନୀତି ନେଇ ରୋଗୀ ମାନଙ୍କୁ ଶୋଷଣ କରି ଆସୁଥିବା ନେଇ ଜିଲା ପ୍ରଶାସନ ନିକଟରେ ଅଭିଯୋଗ ହୋଇ ଆସୁଥିଲା | ସେଥିପାଇଁ ଏଭଳି ପଦକ୍ଷେପ ନେଇଛି ସ୍ଥାନୀୟ ପ୍ରଶାସନ | ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ଆମ୍ବୁଲାନସ ଚାଳକ ମାନଙ୍କ ସହ କରିଛନ୍ତି ଆଲୋଚନା | ଜରୁରୀ କାଳୀନ ପରିସ୍ଥିତିରେ ରୋଗୀ କିଭଳି ଶୋଷଣର ଶୀକାର ନ ହେବ ସେଥିପାଇଁ ଭୁବନେଶ୍ୱର ଓ ଖୋରଧାକୁ ଯିବା ପାଇଁ ଦର ଧାର୍ଯ୍ୟ କରିବାକୁ ଦେଇଛନ୍ତି ନିର୍ଦ୍ଧେଶ | ଗାଡି ମାଲିକ ମାନେ ଆସନ୍ତା ୭ ଦିନ ମଧ୍ୟ୍ୟରେ ଟାଙ୍ଗୀ ତହସିଲ ଦାର ଓ ଥାନା ଆଇ ଆଇ ସି ଙ୍କ ଉପସ୍ଥିତିରେ ସଠିକ୍ ଦର ଧାର୍ଯ୍ୟ କରି ଦର ତାଲିକାକୁ ଟାଙ୍ଗୀ ମେଡିକାଲ ମଧ୍ୟ୍ୟରେ ମାରିବା ପାଇଁ ଏସ ଡି ପି ଓ ମାନସ ରଂଜନ ବାରିକ ଦେଇଛନ୍ତି ନିର୍ଦ୍ଧେଶ | ଏହା ସହ ଆମ୍ବୁଲାନସ ଚାଳକଙ୍କ କାଗଜ ପତ୍ର ଥାନାରେ ଦାଖଲ କରିଵାକୁ ଦେଇଛନ୍ତି ପରାମର୍ଶ | ଯଦି ପ୍ରଶାସନର ନିର୍ଦ୍ଧେଶକୁ କେହି ଅମାନ୍ୟ କରେ ତେବେ ପ୍ରଶାସନ ପକ୍ଷରୁ ଦୃଢ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ଟାଙ୍ଗୀ ତହସିଲ ଦାର |
Comments are closed.