ପୁରୁଣା ଛାତ ଘର ଫଲସ ଖସି ମା ପୁଅ ଗୁରୁତର
ଖୋର୍ଦ୍ଧା(ରାକେଶ କୁମାର ଜଗଦେବ) : ପୁରୁଣା ଛାତ ଘର ଫଲସ ଖସି ମା ପୁଅ ଗୁରୁତର ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି | ଗୁରୁତର ମା ପୁଅ ଦ୍ୱୟ ହେଲେ ଟାଙ୍ଗୀ ଥାନା ଝାନସି ପାଟଣା ଗ୍ରାମର ଭୀମସେନ ପାଇକରାୟଙ୍କ ପତ୍ନୀ ଛବି ପାଇକରାୟ ଓ ତାଙ୍କ ୭ ବର୍ଷୀୟ ପୁଅ ସୋମାନଥ ପାଇକରାୟ | ଗତ କାଲି ରାତିରେ ପରିବାର ୭ ଜଣରୁ ଉର୍ଧ୍ଵ ସଦସ୍ୟ ଗୋଟିଏ ଘରେ ଶୋଇଥିଲେ |ତେବେ ଭୋର ସମୟରେ ଘର ର ଛାତରୁ ହଠାତ୍ ଫଲସ୍ ଖସି ପଡିଥିଲା | ଛାତରୁ ଫଲସ ଖସି ମା ପୁଅଙ୍କ ଉପରେ ପଡିଥିଲା ଫଳରେ ମା ପୁଅ ଗୁରୁତର ହୋଇଥିବା ଵେଳେ ଅନ୍ୟ ମାନେ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି | ଗୁରୁତର ହୋଇଥିବା ମା ପୂଅକୁ ପରିଵାର ଲୋକେ ଆଣି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରିଛନ୍ତି |ଏଠାରେ ଉଭୟଙ୍କର ପ୍ରାଥମିକ ଚିକିସ୍ଚା ପରେ ପୂଅ ସୋମାନାଥ ଘରକୁ ଫେରିଥିବା ବେଳେ ମା ଛବିଙ୍କର ଅଧିକ ଚିକିସ୍ଚା ପାଇଁ ଡାକ୍ତର ଭୁବନେଶ୍ୱରକୁ ସ୍ଥାନାନ୍ତର କରିଛନ୍ତି | ଛାତ ଘରଟି ବହୁ ଦିନର ପୁରୁଣା ଛାତ ଘର ହୋଇଥିବା ଯୋଗୁଁ ଏଭଳି ଘଟିଥିବା କହିଛନ୍ତି ପରିବାର ଲୋକେ ତେଣୁ ପ୍ରଶାସନ ପକ୍ଷରୁ ତୁରନ୍ତ ଏହି ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି |
Comments are closed.