ଟୁଇଟର୍କୁ ୧୫୦ କୋଟି ଡଲାର୍ ଜୋରିମନା
ନ୍ୟୁୟର୍କ : ଟୁଇଟର୍ ପୁଣି ଥରେ ବିବାଦ ଭିତରକୁ ଆସିଛି। ବିଗତ ଛଅ ବର୍ଷ ମଧ୍ୟରେ ୟୁଜର୍ସଙ୍କ ତଥ୍ୟକୁ ଗୋପନୀୟ ରଖି ନ ଥିବାରୁ ଟୁଇଟର୍କୁ ୧୫୦ କୋଟି ଡଲାର୍ ଜୋରିମନା ଦେବାକୁ ପଡିବ। ଏହା ସହିତ ୟୁଜର୍ସଙ୍କ ତଥ୍ୟକୁ ସୁରକ୍ଷା ଦେବା ପାଇଁ ଟୁଇଟର୍ ମଧ୍ୟ ନୂତନ ମାନକ ପ୍ରସ୍ତୁତ କରିବ। ନ୍ୟାୟିକ ବିଭାଗ ଏବଂ ସଂଘୀୟ ବାଣିଜ୍ୟ ଆୟୋଗ ଶୁଣାଣି କରି ଏହା ଘୋଷଣା କରିଛନ୍ତି। ଟୁଇଟର୍ ଯୁଜର୍ସଙ୍କ ସହ ପ୍ରତାରଣା କରି ୨୦୧୧ ଏଫ୍ଟିସି ଆଦେଶକୁ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି।
ରଏଟର୍ସ ରିପୋର୍ଟ ଅନୁଯାୟୀ, କରୋନା ଅବଧିରେ ସୋସିଆଲ ମିଡିଆରେ ମିଥ୍ୟା ଖବର ୯୦୦% ବୃଦ୍ଧି ପାଇଛି। ମାର୍ଚ୍ଚ ଏବଂ ଏପ୍ରିଲ ମାସରେ ଫେସବୁକରେ ୪-୫ କୋଟି ଭୁଲ ତଥ୍ୟ ପୋଷ୍ଟ କରାଯାଇଥିଲା। ସେହିଭଳି ଟୁଇଟର୍ ରେ ୧୫-୨୦ ଲକ୍ଷ ଆକାଉଣ୍ଟ କେବଳ ମିଥ୍ୟା ଖବର ପ୍ରଚାର କରିଥିଲା।
Comments are closed.