ପୁଣି ଭିଜିଲାନ୍ସ ଜାଲରେ ବଡ଼ବାବୁ
ଫୁଲବାଣୀ: ଭିଜିଲାନ୍ସ ଜାଲରେ କନ୍ଧମାଳ ତୁମୁଡିବନ୍ଧର ଜଳ ଛାୟା ବିଭାଗର ପ୍ରକଳ୍ପ ସହାୟକ ନଗେନ୍ଦ୍ରନାଥ ସ୍ବାଇଁ । ଲାଞ୍ଚ ନେଉଥିବା ବେଳେ ତାଙ୍କୁ ମାଡି ବସିଛି ଭିଜିଲାନ୍ସ । ୪ଟି ପୋଖରୀ ଖୋଳା କାମ ବାବଦରେ ବିଲ କରିବା ପାଇଁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଲାଞ୍ଚ ନେଲା ବେଳେ କୁର୍ତ୍ତମଗଡ଼ ଠାରେ ଭିଜିଲାନ୍ସ ଅଧିକାରୀ ତାଙ୍କୁ ଧରିଛନ୍ତି । ତାଙ୍କ ନିକଟରୁ ରଙ୍ଗବୋଳା ଟଙ୍କା ଜବତ କରାଯାଇଛି । ଏଥିସହ ନଗେନ୍ଦ୍ରନାଥଙ୍କ କାର୍ୟ୍ୟାଳୟ ଏବଂ ବାସଭବନରେ ଚଢ଼ାଉ ଜାରି ରହିଛି ।
ସୂଚନା ଅନୁସାରେ, ଜଳଛାୟା ବିଭାଗ ପକ୍ଷରୁ ତୁମୁଡିବନ୍ଧ ବ୍ଲକ କୁର୍ତମଗଡ଼ ପଞ୍ଚାୟତ ଡୁ଼ପୀ, ଇଡିପଦର ଗାଁରେ ୪ଟି ପୋଖରୀ ଖନନ କାର୍ୟ୍ୟ ହୋଇଥିଲା । ଏହାର ବିଲ କରିବା ପାଇଁ ପ୍ରକଳ୍ପ ସହାୟକ ନଗେନ୍ଦ୍ରନାଥ ହିତାଧିକାରୀଙ୍କୁ ୫୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏନେଇ ହିତାଧିକାରୀ ଭିଜିଲାନ୍ସର ଦ୍ବାରସ୍ତ ହୋଇଥିଲେ । ପୂର୍ବ ଯୋଜନା ମୁତାବକ ହିତାଧିକାରୀ ଜଣକ କୁର୍ତମଗଡ଼ରେ ତାଙ୍କୁ ଟଙ୍କା ଦେବା ବେଳେ ଭିଜିଲାନ୍ସ କର୍ମଚାରୀ ତାଙ୍କୁ ମାଡି ବସିଥିଲେ ।
Comments are closed.