ବାଣପୁର ତହସିଲଦାରଙ୍କ ଚଢ଼ାଉ

ଖୋର୍ଦ୍ଧା(ରାକେଶ କୁମାର ଜଗଦେବ) : ଖୋର୍ଦ୍ଧା ଜିଲ୍ଲା ବାଣପୁର ତହସିଲ ଅଞ୍ଚଳରେ ତହସିଲଦାର କୁଞ୍ଜବିହାରୀ ବଡ଼ଜେନା ଆଜି ଭୋର ସମୟରେ ଚଢ଼ାଉ କରି ପାଞ୍ଚ ଗୋଟି ବେଆଇନ ଲଘୁ ଖଣିଜ ଦ୍ରବ୍ୟ ଗାଡ଼ି ଜବତ କରିଛନ୍ତି । ଶ୍ରୀ ବଡ଼ଜେନା ଗମ୍ଭାରୀମୁଣ୍ଡା ଏବଂ ନାଚୁଣୀ ଅଞ୍ଚଳରୁ ଉକ୍ତ ଗାଡ଼ି ଗୁଡ଼ିକ ଜବତ କରିଛନ୍ତି । ତନ୍ମଧ୍ୟରୁ ଗୋଟିଏ ବାଲି ବୋଝେଇ, ମାଟି ବୋଝଇ ଏବଂ ଅନ୍ୟ ତିନୋଟି ମାଙ୍କଡା ପଥର ବୋଝେଇ ଗାଡ଼ି ହୋଇଥିବାର ଜଣାପଡିଛି । ସମସ୍ତ ଗାଡ଼ିଗୁଡିକୁ ବାଣପୁର ତହସିଲ କାର୍ଯ୍ୟାଳୟ ପରିସରରେ ରଖାଯାଇଥିବା ବେଳେ ଗାଡ଼ି ମାଲିକମାନଙ୍କୁ ନୋଟିସ ହୋଇଥିବା ସୂଚନା ମିଳିଛି |

Comments are closed.