ଅବକାରୀ ଚଢ଼ାଉ, ଦୁଇ ମହିଳା ଗିରଫ

ଖୋର୍ଦ୍ଧା(ରାକେଶ କୁମାର ଜଗଦେବ) : ଆଜି ବାଲୁଗାଁ ଅବକାରୀ ଅଧିକାରୀ ରଞ୍ଜନ ଦାସଙ୍କ ନେତୃତ୍ୱରେ ବାଣପୁର ଥାନା ଅଧିନସ୍ଥ ଭୀମପୁର ଏବଂ ମାଟିଆପୋଖରୀ ଗ୍ରାମରେ ଚଢ଼ାଉ କରାଯାଇଥିଲା । ଚଢ଼ାଉ ବେଳେ ଅବକାରୀ ବିଭାଗ ସମୁଦାୟ ୫୦ ଲିଟର ଦେଶୀ ମଦ ଜବତ କରିବା ସହ ଦୁଇ ମହିଳା ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଦ୍ବୟ ହେଲେ ପ୍ରତିମା ବେହେରା ଓ ରଜନୀ ପ୍ରଧାନ । ଉଭୟଙ୍କ ବିରୋଧରେ ଦୁଇ ଗୋଟି ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବାର ଅବକାରୀ ଅଧିକାରୀ ଶ୍ରୀ ଦାସ ସୂଚନା ଦେଇଛନ୍ତି ।

Comments are closed.