ବୁଦା ମୂଳରୁ ଉଦ୍ଧାର ହେଲା ନବଜାତ ଶିଶୁପୁତ୍ର
ସୋର: ମଣିଷ ଭୁଲିଯାଉଛି ମାନବିକତା । ହାତ ଗୋଡ ନଥିବାରୁ ବାପା ମା’ ଶିଶୁପୁତ୍ରକୁ କୋଳକୁ ଆପଣାଇଲେ ନାହିଁ । ନବଜାତ ଦିବ୍ୟାଙ୍ଗ ଶିଶୁପୁତ୍ରକୁ ନିଛାଟିଆ ରେଳ ଲାଇନ୍ କଣ୍ଟା ବୁଦା ମୂଳରେ ଫିଙ୍ଗିଦେଇ ଚାଲିଗଲେ । ଏପରି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସୋର ପୌରପାଳିକା ଅଂଚଳରେ ।
ମୋବରକପୁର ଗ୍ରାମର ବାସନ୍ତି ବିନ୍ଧାଣୀ ହାଣ୍ଡିଆ ବିକ୍ରି କରୁଥିବାବେଳେ ଟ୍ରେନ୍ ଲାଇନ କଡ କଣ୍ଟାବୁଦା ମୂଳରେ ଦିବ୍ୟାଙ୍ଗ ନବଜାତ ଶିଶୁର କାନ୍ଦ ଶୁଣି ନିକଟକୁ ଯାଇ ଶିଶୁଟିକୁ ଉଦ୍ଧାର କରିଥିଲେ । ବାସନ୍ତି ନିକଟସ୍ଥ ଜୈନିକ ବ୍ୟକ୍ତିଙ୍କ ଘରେ କ୍ଷୀର ପିଆଇ ଶିଶୁଟିକୁ ନେଇ ଆସି ନିଜ ଘରେ ରଖିଥିଲେ । ଶିଶୁଟିର ଦୁଇ ଗୋଡ ଓ ହାତ ନଥିବାରୁ ବାପା-ମା’ ଏପରି ନିନ୍ଦନୀୟ କାଣ୍ଡ କରିଥିବା ଅନୁମାନ କରାଯାଉଛି । ଖଇରା ଶିଶୁ ସୁରକ୍ଷା ସମିତି ମୋବାରକପୁରସ୍ଥ ବାସନ୍ତି ବିନ୍ଧାଣୀ ଘରୁ ଶିଶୁକୁ ଉଦ୍ଧାର କରି ସୋର ଡାକ୍ତଖାନାରେ ଚିକିସôା କରିବା ପରେ ଶିଶୁଟିକୁ ଜିଲ୍ଲା ଶିଶୁ ସୁରକ୍ଷା ସମିତି ପକ୍ଷରୁ ନିର୍ମଳା ଶିଶୁ ଭବନରେ ଛାଡାଯାଇଛି ।
Comments are closed.