ସହଯୋଗ ତାଲିମ ପାଇଲେ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ,ସଦସ୍ୟା

ନୂଆଗାଁ( ପୁଷ୍ପଲତା ପ୍ରଧାନ) : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧିନରେ ଥିବା ୧୩ ଟି କ୍ଲଷ୍ଟର ର ସମସ୍ତ ବିଦ୍ୟାଳୟରେ ସହଯୋଗ ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଛି।୩ ଦିନ ଧରି ଅନୁଷ୍ଠିତ ହୋଇଥିବା ଏହି ତାଲିମ୍ ଶିବିର ରେ ପ୍ରତ୍ୟେକ ବିଦ୍ୟାଳୟ ପରିଚାଳନା କମିଟି ର ସଭ୍ୟ ସଭ୍ୟା ମାନେ ନିଜ ବିଦ୍ୟାଳୟରେ ସହଯୋଗ ତାଲିମ୍ ଗ୍ରହଣ କରିଥିଲେ।ପ୍ରତ୍ୟେକ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ ଆର୍ ପି ଭାବେ ବିଦ୍ୟାଳୟ ର ଭୌତିକ , ବୌଦ୍ଧିକ ବାତାବରଣ ଏବଂ ସାଂଗଠନିକ ବାତାବରଣ,ଶିକ୍ଷା ଓ ଶିଶୁ ଅଧିକାର ନିୟମ,ଆଦର୍ଶ ବିଦ୍ୟାଳୟ ପରିକଳ୍ପନା ଆଦି ଉପରେ ଶିକ୍ଷକ ଶିକ୍ଷୟତ୍ରୀ ମାନେ ତାଲିମ୍ ପ୍ରଦାନ କରିଥିଲେ।ନୀଳାଦ୍ରି ପୁର କ୍ଲଷ୍ଟର ସି ଆର୍ ସି ସି ବିଜୟ କୁମାର ବେହେରା, ସମ୍ପଡ଼ା କ୍ଲଷ୍ଟର ସି ଆର୍ ସି ସି ନରେନ୍ଦ୍ର ବେହେରା,ନୂଆଗାଁ କ୍ଲଷ୍ଟର ସି ଆର୍ ସି ସି କୈଳାଶ ନାୟକ , ସିମିଳି ସାହି କ୍ଲଷ୍ଟର ସି ଆର୍ ସି ସି ନିମେଇ ଚରଣ ସାହୁ ପ୍ରମୁଖ ତାଲିମ ଶିବିର ପରିଦର୍ଶନ କରିବା ସହ ସହଯୋଗ ତାଲିମ ର ଉଦ୍ଦେଶ୍ୟ ସମ୍ପର୍କରେ ବର୍ଣ୍ଣନା କରିଥିଲେ।ବ୍ଲକ୍ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ପଣ୍ଡା,ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଜ୍ୟୋତ୍ସ୍ନା ରାଣୀ ସେଠୀ ସହଯୋଗ ତାଲିମ ଶିବିର ପରିଦର୍ଶନ କରି ତାଲିମ ର ସଫଳତା ଉପରେ ବିଦ୍ୟାଳୟ ପରିଚାଳନା କମିଟି ର ସଦସ୍ୟ ସଦସ୍ୟା ମାନଙ୍କୁ ପରାମର୍ଶ ଦେଇଥିଲେ।

Comments are closed.