ହାତୀକୁ ମାରି ଦାନ୍ତ ନେଲା କିଏ ?
ବୌଦ୍ଧ(କାବ୍ୟବ୍ରତ ସାହୁ) : ବୌଦ୍ଧ ରେଞ୍ଜ ବଘିଆପଡା ସେକ୍ସନ ଭୁର୍କିପଡା ସଂରକ୍ଷିତ ଜଙ୍ଗଲରେ ଦନ୍ତା ହାତୀର ମୃତ୍ୟୁଦେହ ଠାବ । ହାତୀର ଦାନ୍ତ କାଟି ନେଇଛନ୍ତି ଶିକାରୀ । ସୂଚନା ଅନୁଯାୟୀ ବଘିଆପଡା ସେକ୍ସନ ଭୁର୍କିପଡା ସଂରକ୍ଷିତ ଜଙ୍ଗଲରେ ଏକ ଦନ୍ତାହାତୀର ମୃତଦେହ ପଡିଥିବା ନେଇ ସ୍ଥାନୀୟ ବାସିନ୍ଦା ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ବୌଦ୍ଧ ଡିଏଫଓଙ୍କ ସମେତ ବନବିଭାଗ କର୍ମଚାରୀ ଘଟଣା ସ୍ଥଳରେ ଗତକାଲି ସନ୍ଧ୍ୟାରେ ପହଂଚି ତଦନ୍ତ ଆରମ୍ଭ କରିଥିଲେ । ମୃତ ହାତୀ ଦେହରେ ଏକାଧିକ ଗୁଳି ବାଜିଥିବା ବେଳେ ଶିକାରୀ ମାନେ ହାତୀର ଦାନ୍ତ କାଟି ନେଇଥିବା ଜଣାପଡିଛି । ତେବେ ହାତୀଟିର ମୃତଦେହ ପଚିଶଢି ଯାଇଥିବା ବେଳେ ୭ ଦିନରୁ ଉର୍ଦ୍ଧ୍ବ ହେବ ହାତୀଟିର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ଘଟଣା ସ୍ଥଳରେ ପ୍ରାଣୀ ଚିକିତ୍ସକ ବ୍ୟବଚ୍ଛେଦ କରିଥିଲ । ସେପଟେ ହାତୀ ମୃତ୍ୟୁ ସହ ହାତୀଦାନ୍ତ ଖିଅ ଖୋଜୁଛି ବନବିଭାଗ ।
Comments are closed.