କଂଗ୍ରେସର ନୂଆ ସଭାପତି ହେଲେ ଶରତ ପଟ୍ଟନାୟକ

ଭୁବନେଶ୍ୱର : ବହୁ ଅପେକ୍ଷାର ଅନ୍ତ ଘଟିଛି। କଂଗ୍ରେସ ନେତା ଶରତ ପଟ୍ଟନାୟକଙ୍କୁ ଓଡ଼ିଶା ପିସିସି ସଭାପତି ଭାବେ ସୋମବାର ନିଯୁକ୍ତ କରାଯାଇଛି। ଏ ନେଇ ଏଆଇସିସି ପକ୍ଷରୁ ସୂଚନା ଦିଆଯାଇଛି। ଦ୍ୱିତୀୟ ଥର ପାଇଁ ସେ ପିସିସି ସଭାପତି ହୋଇଛନ୍ତି। ଶରତ ପଟ୍ଟନାୟକ ବଲାଙ୍ଗୀରରୁ ଦୁଇ ଦୁଇଥର ସାଂସଦ ଭାବେ ନିର୍ବାଚିତ ହୋଇ ପ୍ରତିନିଧିତ୍ୱ କରିଛନ୍ତି । ଏଥି ସହତି ୨୦୦୦ରୁ ୨୦୦୪ ପର୍ୟ୍ୟନ୍ତ ପିସିସି ସଭାପତି ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି ଶରତ ପଟ୍ଟନାୟକ । ପୁନର୍ବାର ତାଙ୍କୁ ଦଳ ପିସିସି କରିବା ପରେ ସେ ଦ୍ୱିତୀୟ ଥର ପାଇଁ ସଭାପତି ଭାବେ ଦାୟିତ୍ୱ ନିର୍ବାହ କରିବାକୁ ଯାଉଛନ୍ତି । ୧୯୯୧ ଓ ୧୯୯୬ରେ ସେ ବଲାଙ୍ଗୀରରୁ ସାଂସଦ ହୋଇଥିଲେ । ଚିନ୍ତନ ବୈଠକ ପରେ ସଂଗଠନ ସଜାଡିବାକୁ ଆରମ୍ଭ ହୋଇଛି ପ୍ରକ୍ରିୟା । ନୂଆ ପିସିସି ସଭାପତିଙ୍କ ସହ ନୂଆ ନେତାଙ୍କୁ ମିଳିଛି ଦାୟିତ୍ୱ । ତୃଣମୂଳସ୍ତରରୁ ସଂଗଠନର କାୟାକଳ୍ପ ପରିବର୍ତ୍ତ କରିବାକୁ କଂଗ୍ରେସର ଚିନ୍ତନ ଶିବିରରେ ନିଷ୍ପତ୍ତି ହୋଇଥିବା ଜଣା ପଡିଛି । ଶରତ ପଟ୍ଟନାୟକ କଂଗ୍ରେସ ସଭାପତି ହେବା ପରେ କଂଗ୍ରେସ କର୍ମୀଙ୍କ ମହଲରେ ଉତ୍ସାହ ଦେଖିବାକୁ ମିଳିଛି । ଆସନ୍ତା ଦିନରେ ଦଳ ରାଜ୍ୟରେ ସଂଗଠିତ ହେବ । କର୍ମୀ ପୁନର୍ବାର ଉତ୍ସାହର ସହ ଦଳ ପାଇଁ କାର୍ୟ୍ୟ କରିବେ ବୋଲି ପ୍ରତିକ୍ରିୟା ପ୍ରକାଶ ପାଇଛି ।

Comments are closed.