ଆଜି ଦେଶରେ ଦୁଇ ହଜାର ଉପରେ କରୋନା ପଜିଟିଭ

ନୂଆଦିଲ୍ଲୀ: ଦେଶକୁ ଦିନକୁ ଦିନ କରୋନା ସଂକ୍ରମଣରେ ହ୍ରାସ ପରିଲକ୍ଷିତ ହେଉଛି । ଗତ ୨୪ ଘଣ୍ଟାରେ କରୋନା ସଂକ୍ରମଣ ୩ ହଜାର ତଳେ ରହିଛି । ଆଜି ୨ ହଜାର ୨୨ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଗତ ୨୪ ଘଣ୍ଟାରେ ମୃତୁ୍ୟ ସଂଖ୍ୟା ୪୬ ରହିଛି । ଏହି ସମୟରେ ସକ୍ରିୟ ମାମଲା ୧୪ହଜାର ୮୩୨ରହିଛି ।

ସେହିପରି ୨୪ ଘଣ୍ଟାରେ ୨ହଜାର ୯୯ଜଣ ସୁସ୍ଥ ହୋଇଛନ୍ତି । ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୨୪ ହଜାର ୪୫୯କୁ ଛୁଇଁଛି । ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪କୋଟି ୩୧ଲକ୍ଷ ୩୮ହଜାର ୩୯୩ଜଣ ଆକ୍ରାନ୍ତ ହୋଇଥିବାବେଳେ ୪କୋଟି ୨୫ଲକ୍ଷ ୯୯ହଜାର ୧୦୨ଜଣ ସୁସ୍ଥ ହୋଇ ସାରିଛନ୍ତି । ବର୍ତ୍ତମାନ ସୁଦ୍ଧା ଦେଶରେ ଟିକାକରଣ ସଂଖ୍ୟା ୧୯୨କୋଟି ୪୦ଲକ୍ଷରୁ ଅଧିକ ଟପିଛି ।

ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ  ଦିଲ୍ଲୀରେ  ୩୬୫ଜଣ ଆକ୍ରାନ୍ତ, ସେହିପରି କେରଳରେ ୫୪୫ଜଣ, ହରିଆଣାରେ ୧୬୦, ମହାରାଷ୍ଟ୍ରରେ ୩୨୬,  ଉତ୍ତରପ୍ରଦେଶରେ ୧୨୩ଜଣ, କର୍ଣ୍ଣାଟକରେ ୧୬୭ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

Comments are closed.