ଚା ତିଆରି ସମୟରେ ଚିନି ବଦଳରେ ପକାନ୍ତୁ ଏଜିନିଷ ରହିବେ ଫିଟ
ଯଦି ଆପଣ ସକାଳ ଚା’କୁ ହେଲଦୀ ଓ ଟେଷ୍ଟୀ କରିବାକୁ ଚାହୁଁଛନ୍ତି, ତେବେ ଚିନି ଯାଗାରେ ମହୁ ବ୍ୟବହାର କରନ୍ତୁ । ତେବେ ମହୁ ମିଶାଇବା ବେଳେ ଏହି କଥା ପ୍ରତି ଧ୍ୟାନ ଦିଅନ୍ତୁ ଯେ ମହୁକୁ ଚା’ରେ କେବେ ଫୁଟାଇବେ ନାହିଁ । ପ୍ରଥମେ ଚା’କୁ ବିନା ଚିନିରେ ବନାଇ ନିଅନ୍ତୁ । ପରେ ଆପଣଙ୍କ ଅନୁଯାୟୀ ଏଥିରେ ମହୁ ମିଶାଇ ନିଅନ୍ତୁ ।
ଗୁଡ ମଧ୍ୟ ବ୍ୟବହାର କରିପାରିବେ
ଯଦି ଆପଣ ଶୀଘ୍ର େଓ୍ଵଟ ଲସ କରିବାକୁ ଚାହୁଁଛନ୍ତି,ତେବେ ଚା’ରେ ଚିନି ସ୍ଥାନରେ ଗୁଡ଼ ବ୍ୟବହାର କରନ୍ତୁ । ଗୁଡ଼ରେ ବହୁତ ମାତ୍ରାରେ ଆଣ୍ଟି ଅକ୍ସିଡାଣ୍ଟ ରହିଥାଏ,ଯାହା େଓ୍ଵଟ ଲସ୍ ପ୍ରକ୍ରିୟାକୁ ବଢ଼ାଇ ଦେଇଥାଏ । ଗୁଡ଼ ଚା’ ବନାଇବା ସମୟରେ ଧ୍ୟାନ ଦେବେ ଯେପରି ଅଧିକ ଗୁଡ଼ ନ ମିଶାନ୍ତି । ଚା’ ଫୁଟିବା ପରେ ଉପରେ ହିଁ ଗୁଡ଼ ପକାନ୍ତୁ । ନାହିଁ ତ ଆପଣଙ୍କ ଚା’ ଫାଟି ଯାଇପାରେ ।
ଖଜୁରୀ ସିରପ ବ୍ୟବହାର କରନ୍ତୁ
ଖଜୁରୀ ସିରପ ଏକ ନାଚୁରାଲ ମିଠା । ଏହା ବହୁତ ମିଠା ହୋଇଥିବାରୁ ଏହାକୁ ବ୍ୟବହାର କଲାବେଳେ ମାତ୍ରା ପ୍ରତି ସତର୍କ ରୁହନ୍ତୁ । ଏହା ସ୍ୱାଦ ଓ ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ ।
Comments are closed.