400 କେଜି ଗଞ୍ଜେଇ ସହ ଓଡ଼ିଶା ରାଜ୍ୟ ନମ୍ୱର୍ ପ୍ଲେଟ ଥିବା ଟ୍ରକ୍ ଓ 6 ଜଣକୁ ଗିରଫ କଲା stf ଟିମ

ବାଲେଶ୍ୱର(ଲକ୍ଷ୍ମୀଧର ପ୍ରଧାନ) : ପଶ୍ଚିମବଙ୍ଗର ଦୂର୍ଗା ପୁର ଜିଲ୍ଲା ସ୍ଥିତ ଦୂର୍ଗା ପୁର ବେରେଜ୍ ରେ ପୋଲିସ ଓ stf ଟିମ୍ ଗୋପନ ସୂତ୍ରରୁ ଖବର ପାଇ ଏକ ଓଡ଼ିଶା ରାଜ୍ୟ ର ନମ୍ବର ପ୍ଲେଟ ଥିବା ଟ୍ରକ୍ କୁ ଧରି ଥିବା ବେଳେ ଟ୍ରକ୍ ଭିତରେ ଅଭିନବ ଉପାୟ ରେ ରେ 400 କେଜି ରୁ ଉର୍ଦ୍ଧ୍ବ ଗଞ୍ଜେଇ ସହ 6 ଜଣକୁ ଗିରଫ କରିଛି ପୋଲିସ ଓ stf ଟିମ୍ | ଅନ୍ୟ ପଟେ ପୋଲିସ ପକ୍ଷରୁ କୁହାଯାଇଛି ଏହି ଟ୍ରକ୍ ରୁ 400 କେଜି ଗଞ୍ଜେଇ ସହ ଓଡ଼ିଶା ରାଜ୍ୟ ର ନମ୍ବର ପ୍ଲେଟ ଥିବା ଟ୍ରକ୍ କୁ ଧରିବା ସହିତ 6 ଜଣକୁ ଗିରଫ କରାଯାଇଛି | ଗିରଫ 6 ଜଣ ଯୁବକ ଘର୍ ଓଡ଼ିଶା ରାଜ୍ୟ ର ଜଳେଶ୍ଵର ଅଂଚଳ ର | ପୋଲିସ ଓ stf ବରିଷ୍ଠ ଅଧିକାରୀ କହିଛନ୍ତି ଜଳେଶ୍ଵର ରୁ ଟ୍ରକ୍ ତଳ ପଟରୁ ଅଭିନବ ଉପାୟ ରେ କରି 400 କେଜି ରୁ ଉର୍ଦ୍ଧ୍ବ ଗଞ୍ଜେଇ ଏକ ଟ୍ରକ୍ ଯୋଗେ ନଦୀଆ ଜିଲ୍ଲା ସ୍ଥିତ ନଵଦୀପ ନେଇଯାଉଥିବା ବେଳେ ଆମେ ଗିରଫ କରିଛୁ ଓ ଆଉ କିଏ କିଏ ଲିପ୍ତ ରହିଛି ଏହି ଗଞ୍ଜେଇ କାରବାର ରେ ଜଳେଶ୍ଵର ଠାରୁ ପଶ୍ଚିମ ବଙ୍ଗ ରାଜ୍ୟ ରେ ତାହାକୁ ନେଇ ତଦନ୍ତ ଆରମ୍ଭ କରୁଛୁ ଓ ଦରକାର ହେଲେ ଆମେ ଓଡ଼ିଶା ରାଜ୍ୟ stf ବା ବରିଷ୍ଠ ପୋଲିସ ଅଧିକାରୀ ସହ ଏହି ବିଷୟ ରେ ଆଲୋଚନା କରିବୁ |

Comments are closed.