ବାଲ୍ୟ ବିବାହ ଅଟକାଇଲା ଚାଇଲଡ୍ ଲାଇନ୍
ନୂଆଗାଁ(ପୁଷ୍ପଲତା ପ୍ରଧାନ) : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ପାରା ଢ଼ିପି ପଞ୍ଚାୟତ ଅଭୟପୁର ଗ୍ରାମ ରେ ନୟାଗଡ ଚାଇଲ୍ଡ ଲାଇନ ଏବଂ ବାଲ୍ୟ ବିବାହ ନିଷେଧ ଅଧିକାରୀ ମିଳିତ ଭାବେ ଚଢ଼ାଉ କରି ବାଲ୍ୟ ବିବାହ ଅଟକାଇଛନ୍ତି । ଅଭୟପୁର ଗ୍ରାମ ର ପଞ୍ଚୁ ନାୟକ ଙ୍କ ନାବାଳିକା କନ୍ୟା ମାଳିସାହି ଗ୍ରାମ ର ଦିଲ୍ଲୀପ ନାୟକ ଙ୍କ ପୁଅ ସହିତ ରାତିରେ ବିବାହ ହୋଇଥାନ୍ତା।କୌଣସି ସୂତ୍ରରୁ ଖବର ପାଇ ଚାଇଲ୍ଡ ଲାଇନ ଚଢ଼ାଉ କରି ଜିଲ୍ଲା ଶିଶୁ ମଙ୍ଗଳ ସମିତି ରେ ହାଜର କରିଥିଲେ।ଚଢ଼ାଉ ସମୟରେ ଚାଇଲ୍ଡ ଲାଇନ ର ସ୍ଵର୍ଣ୍ଣଲତା ଜେନା ,ବିଭୂତି ଭୂଷଣ ବେହେରା,ନୂଆଗାଁ ବାଲ୍ୟ ବିବାହ ନିଷେଧ ଅଧିକାରୀ ସୁଭ୍ରକେଶୀ ମଲିକ ଏବଂ ନୂଆଗାଁ ଥାନା ପୁଲିସ୍ ଉପସ୍ଥିତ ଥିଲେ ।
Comments are closed.