ଫାଶି ଲଗାଇ ଜଣେ ନବ ବିବାହିତା ଯୁବକଙ୍କ ମୃତ୍ୟୁ
ବାଲିଆପାଳ(ଲଷ୍ମୀଧର ପ୍ରଧାନ) : ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅଧୀନ ବଢାପାଳ ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ନିଜ ଘର ଝରକାରେ ଫାଶି ଲଗାଇ ଜଣେ ନବ ବିବାହିତା ଯୁବକଙ୍କ ମୃତ୍ୟୁ, ଝୁଲନ୍ତା ମୃତଦେହ ଉଦ୍ଧାର । ସୂଚନା ଅନୁସାରେ ଗ୍ରାମର ପୂର୍ଣ୍ଣ ଚନ୍ଦ୍ର ଦାସ (୪୫) ନିକଟସ୍ଥ ବଢାପାଳ ସୋସାଇଟି ଅଫିସ ରେ ଦୀର୍ଘ ଦିନ ଧରି କାମକରି ଆସୁଥିଲେ। ଗତ କିଛି ଦିନ ହେବ ସେ ଅଫିସ କୁ ଯାଇନଥିଲେ | ତେବେ ବୁଧବାର ପୁଣି ସୋସାଇଟିରେ ଯୋଗଦାନ କରିବାର ଥିବା ବେଳେ ବିଳମ୍ବିତ ରାତିରେ ନିଜ ଘର ଗ୍ରିଲରେ ଫାଶି ଲଗାଇ ମୃତ୍ୟୁ ବରଣ କରିଛନ୍ତି। ତେବେ ପରିବାର ଲୋକଙ୍କ କହିବା ଅନୁସାରେ ପୂର୍ଣ୍ଣ ଦୀର୍ଘ ଦିନ ହେବ ଆର୍ଥିକ ସଙ୍କଟ ଦେଇ ଗତି କରୁଥିଲେ। ଅପରପଟେ ତାଙ୍କର ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳ ରେ ଶୋକର ଛାୟା ଖେଳିଯାଇଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇଛି ।
Comments are closed.