ବିଦ୍ୟୁତ୍ କରେଣ୍ଟ ଆଘାତରେ ଛେଳି ଚରାଳୀଙ୍କ ମୃତ୍ୟୁ , ୨ଗିରଫ
ଦେବଗଡ଼(ଅରୂପାନନ୍ଦ ନାୟକ) : ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଛେଳି ଚରାଳିଙ୍କ ମୃତ୍ୟୁ , ୨ଗିରଫ । ସୂଚନା ଅନୁସାରେ ଆଜି ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ବାଘବର ପଞ୍ଚାୟତ ଅନ୍ତର୍ଗତ ବେଲମୁଣ୍ଡା ଆମ୍ବଖୋଳ ଗ୍ରାମର ବନମାଳୀ (୫୨) ସାହୁ ସବୁଦିନ ଭଳି ଆଜି ମଧ୍ୟ ପାଖ ଜଙ୍ଗଲରୁ ଛେଳି ଚରାଇ ଘରକୁ ଫେରୁଥିବା ସମୟରେ ଗାଁ ପାଖ କୁତ୍ତାର୍ଥ କିସାନ ଙ୍କ ବଗିଚା କୁ ଯାଇଥିବା ବିଦ୍ୟୁତ ସଂଯୋଗ କେବୁଲ୍ ବନମାଳୀ ସାହୁଙ୍କ ଦେହରେ ଲାଗି ଯାଇଥିଲା। ସେଠାରେ ବନମାଳୀ ଅଚେତ୍ ଅବସ୍ଥାରେ ପଡିଯାଇଥିଲେ । ଏନେଇ ବନମାଳୀ ସାହୁଙ୍କ ପରିବାର ପକ୍ଷରୁ ଖଇରପାଲି ପୋଲିସ ଫାଣ୍ଡିରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ ଖଇରପାଲି ପୋଲିସ ଫାଣ୍ଡି ଶ୍ରୀ ବେହେରା ସଦଳବଳେ ତାଙ୍କ ଟିମ୍ ସହିତ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅଭିଯୋଗ ଆଧାରରେ କୁତାର୍ଥ କିସାନ ଏବଂ ପୁତୁରା ରାଜୁ କିସାନକୁ ଖଇରପାଲି ପୋଲିସ ଅଟକ ରଖି ପଚରାଉଚରା କରୁଛି । ଯେଉଁଠି ବିଦ୍ୟୁତ୍ ଆଘାତରେ ଲାଗି ବନମାଳୀ ସାହୁ ମୃତ୍ୟୁ ବରଣ କରିଛନ୍ତି ସେଠାର ଅନେକ ଯାଗାରେ ରକ୍ତ ପଡ଼ିଥିବା ଏବଂ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦେଖି ସାଧାରଣରେ ସନ୍ଦେହ ସୃଷ୍ଟି ହେଉଛି। ତେବେ ଖଇରପାଲି ପୋଲିସ ଶବ ଜବତ କରିବା ସହିତ ଶବ ବ୍ୟବଚ୍ଛେଦ ପାଇଁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି ।
Comments are closed.