ଓଡିଶାରେ ସାମ୍ବାଦିକ ସୁରକ୍ଷା ଆଇନ ତୁରନ୍ତ ପ୍ରଣୟନ ପାଇଁ OUWJ ର ଦାବି
ଭୁବନେଶ୍ବର – ଶ୍ରମିକ ଦିବସ ଅବସରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ସୁରକ୍ଷା ପାଇଁ ତୁରନ୍ତ ଆଇନି ପ୍ରଣୟନ କରିବାକୁ ସମ୍ମିଳିତ କର୍ମ ଜିବି ସାମ୍ବାଦିକ ମହାସଂଘର ଓଡ଼ିଆ ଶାଖା ଦାବିକରିଛି। ବିଶ୍ଵ ଶ୍ରମିକ ଦିବସ ପାଳନ ଅବସରରେ ମହାସଂଘ ର ଭୁବନେଶ୍ବର ଜିଲ୍ଲା ସଭାପତି କିଶୋର ଚନ୍ଦ୍ର ମଙ୍ଗରାଜ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରିୟ ସଭାପତି ଶ୍ରୀ ପିତବାସ ମିଶ୍ର ଯୋଗ ଦେଇ ରାଜ୍ୟରେ କର୍ମଜିବି ସାମ୍ବାଦିକ ମାନଙ୍କ ଉପରେ ଆକ୍ରମଣ ବୃଦ୍ଧି ନେଇ ଗଭିର ଉଦବେଗ ପ୍ରକାଶ କରିବା ସହ ତୁରନ୍ତ ବିଧାନସଭାରେ ସାମ୍ବାଦିକ ସୁରକ୍ଷା ଆଇନ୍ ପ୍ରଣୟନ କରିବାକୁ ଦାବି କରିଛନ୍ତି । ସେହିପରି ମୁଖ୍ୟ ବକ୍ତା ଭାବେ ରାଜ୍ୟ ଶାଖର ସଭାପତି ଶ୍ରୀ ଭାଗବତ ତ୍ରିପାଠୀ ଯୋଗ ଦେଇ ସାମ୍ବାଦିକ ମାନଙ୍କ ସୁରକ୍ଷା ସହ ପେନସନ ପ୍ରଦାନ ଓ ସ୍ୱାସ୍ଥ୍ୟ ବିମାରାଶି ଦଶଲକ୍ଷ ଟଙ୍କା କୁ ବୃଦ୍ଧିକରିବାକୁ ଦାବିକରିଥିଲେ ସେହି ପରି ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ସର୍ବଶ୍ରୀ ଅର୍ଜୁନ ବିଶ୍ବାଳ, ମୁରଲୀଦର ମିଶ୍ର ,ଗୋପିନାଥ ପରିଡା ,ଅଭିମନ୍ୟୁ ମହାପାତ୍ର, ପ୍ରିୟଙ୍କା ପରିଡା ,ମାୟାଧର ବେହେରା, କୃପାନିଧି ବିଶ୍ବାଳ, ସନତ ମିଶ୍ର, ଜେତୀମୟୀ ମିଶ୍ର, ପ୍ରମୁଖ ଶ୍ରମିକ ଦିବସ ର ତାତ୍ପର୍ଯ୍ୟ ଓ ସାମ୍ବାଦିକ ମାନେ ସମ୍ମୁଖିନ ହେଉଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଅଲେକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜେଶ୍ବରୀ ନାୟକ ,ଦେବିକା ପରିଡା, ସନାତନ ରାଉତ, ସନତନ ଦଳବେହେରା, ଗଜେନ୍ଦ୍ର ବିହେରା, ପାର୍ଥସାରଥି ଜେନା, ସୁଭେଦ୍ଦୁ କାନୁନଗୋ,ତାରାପ୍ରସାଦ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ସଭା ଶେଷରେ ରାଜ୍ୟ ସଙ୍ଗଠକ ସମ୍ପାଦକ ଅର୍ଜୁନ ମୁଦୁଲି ଧନ୍ୟବାଦ ଅର୍ପଣ କରିଥିଲେ।
Comments are closed.