୧୬ ଜଣ ହିତାଧିକାରୀଙ୍କୁ ଅର୍ଥ ରାଶି ପ୍ରଦାନ କଲେ ସରପଞ୍ଚ ଗାୟତ୍ରୀ ବେହେରା

ନୂଆଗାଁ(ପୁଷ୍ପଲତା ପ୍ରଧାନ) : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ସିଙ୍ଗାର ପଲ୍ଲୀ ସରପଞ୍ଚ ଗାୟତ୍ରୀ ବେହେରା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ନୂଆଗାଁ ବ୍ଲକରେ ଏବେ ଚର୍ଚ୍ଚାରେ । ଲୋକ ମାନଙ୍କ ସେବା ପାଇଁ ପଞ୍ଚାୟତ ନିର୍ବାଚନରେ ୧୫ ଶହ ରୁ ଉର୍ଦ୍ଧ୍ବ ଭୋଟ ରେ ବିଜୟୀ ହୋଇଥିଲେ ଗାୟତ୍ରୀ ବେହେରା । କିଛି ଦିନ ପୂର୍ବେ ଏକ ଷଣ୍ଢକୁ ନିଜସ୍ଵ ଅର୍ଥରେ ଚିକିତ୍ସା କରି ମାନବିକତା ଏବଂ ପଶୁ ପ୍ରେମର ଉଦାହରଣ ଦେଇଥିଲେ ସରପଞ୍ଚ ।ସିଙ୍ଗାର ପଲ୍ଲୀ ପଞ୍ଚାୟତରେ ୧୬ ଜଣ ହିତାଧିକାରୀଙ୍କୁ ହରିଶ୍ଚନ୍ଦ୍ର ଯୋଜନାରେ ସାମିଲ କରି ମଞ୍ଜୁର ହୋଇଥିବା ଅର୍ଥ ରାଶି ପ୍ରଦାନ କରିଥିଲେ ସରପଞ୍ଚ ଗାୟତ୍ରୀ ବେହେରା ତତ୍ ସହିତ ମୃତକ ମାନଙ୍କ ପରିବାରର ସମସ୍ତ ସଦସ୍ୟଙ୍କୁ ଗଭୀର ସମବେଦନା ଜଣାଇଥିଲେ |

Comments are closed.