କ୍ଷେତ୍ରବାସୀ ଏକାଡେମୀ ନିରାକାରପୁରରେ ଚାଲିଥିବା ନବୋଦୟ ପରୀକ୍ଷା କେନ୍ଦ୍ର ବୁଲିଲେ ଅତିରିକ୍ତ ତହସିଲଦାର
ଆଜି ଆରମ୍ଭ ହୋଇଛି ନବୋଦୟ ଛାତ୍ରଛାତ୍ରୀ ମାନଙ୍କ ପରୀକ୍ଷା । କ୍ଷେତ୍ରବାସୀ ଏକାଡେମୀ ନିରାକାରପୁରରେ ହୋଇଛି ନବୋଦୟ ପରୀକ୍ଷାର୍ଥୀ ମାନଙ୍କ ପରୀକ୍ଷା କେନ୍ଦ୍ର । ଟାଙ୍ଗି ବ୍ଲକର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ କ୍ଷେତ୍ରବାସୀ ଏକାଡେମୀ ପରୀକ୍ଷା କେନ୍ଦ୍ରରେ ଦେଉଛନ୍ତି ପରୀକ୍ଷା । ଆଜି ଟାଙ୍ଗି ଅତିରିକ୍ତ ତହସିଲଦାର କ୍ଷେତ୍ରବାସୀ ଏକାଡେମୀରେ ପହଞ୍ଚି ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ସହିତ ଆଲୋଚନା କରିବା ସହିତ ପରୀକ୍ଷା କେନ୍ଦ୍ର ବୁଲି ଦେଖିଛନ୍ତି । ଛାତ୍ରଛାତ୍ରୀ ମାନଙ୍କ ପରୀକ୍ଷା ଦିନ ୧୧.୩୦ରୁ ଆରମ୍ଭ ହୋଇ ଦିନ 1 ରେ ସରିବ । ଅତ୍ୟଧିକ ଗ୍ରୀଷ୍ମ ପ୍ରବହ ଯୋଗୁଁ ପରୀକ୍ଷାର୍ଥୀ ମାନଙ୍କ ପାଇଁ ପିଇବା ପାଣିର ବ୍ୟବସ୍ଥା ହୋଇଛି । ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ସୁରୁଖୁରୁରେ ଚାଲୁଥିବା ଜଣାପଡିଛି ।
Comments are closed.