ଲାଇବ୍ରେରୀ ଗୃହ ପାଇଁ କ୍ଷେତ୍ର ପରିଦର୍ଶନ କଲେ ଦଶପଲ୍ଲା ବିଧାୟକ
ନୂଆଗାଁ(ପୁଷ୍ପଲତା ପ୍ରଧାନ) : ନୂଆଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (+୨) ରେ ହେବ ଉନ୍ନତମାନର ଲାଇବ୍ରେରୀ ଗୃହ । ଲାଇବ୍ରେରୀ ଗୃହ ନିର୍ମାଣ ପାଇଁ ଦଶପଲ୍ଲା ବିଧାୟକ ତଥା ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (+୨) ରେ ପହଞ୍ଚି କ୍ଷେତ୍ର ପରିଦର୍ଶନ କରିଛନ୍ତି । ବହୁ ବର୍ଷ ଧରି ଯାହା ହୋଇପାରିନଥିଲା ତାହା ବିଧାୟକଙ୍କ ପ୍ରଚେଷ୍ଟା ଯୋଗୁଁ ହେବାକୁ ଯାଉଛି । କ୍ଷେତ୍ର ପରିଦର୍ଶନ ସମୟରେ ନୂଆଗାଁ ବ୍ଲକ୍ ଅଧ୍ୟକ୍ଷାଙ୍କ ପ୍ରତିନିଧି ତଥା ସମାଜ ସେବୀ ଶଙ୍କର୍ଷଣ ବେହେରା,ଜିଲ୍ଲା ବିଜେଡ଼ି ଉପ ସଭାପତି ଦିଲ୍ଲୀପ କୁମାର ଦଳ ବେହେରା, +୨ ର ଅଧ୍ୟକ୍ଷ,ଅଧ୍ୟାପକ ,ଯନ୍ତ୍ରୀ ଏବଂ ପଞ୍ଚାୟତ ବିଜେଡ଼ି ସଭାପତି ପ୍ରକାଶ କୁମାର ନାୟକ ଉପସ୍ଥିତ ଥିଲେ । ବିଧାୟକଙ୍କ ଏଭଳି କାର୍ଯ୍ୟକୁ ଛାତ୍ର ଛାତ୍ରୀ ଏବଂ ଅଭିଭାବକ ମାନଙ୍କ ମହଲରେ ପ୍ରଶଂସା କରାଯାଇଛି ।
Comments are closed.