ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ତାଲିମ ଶିବିର ଉଦଯାପିତ

ନୂଆଗାଁ(ପୁଷ୍ପଲତା ପ୍ରଧାନ) : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧିନରେ ଥିବା ନୂଆଗାଁ ପ୍ରାଥମିକ ବିଦ୍ୟାଳୟରେ ଦୁଇ ଦିନ ଧରି ଚାଲିଥିବା ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ( ଏଫ୍.ଏଲ୍.ଏନ୍) ତାଲିମ ଶିବିର ଉଦଯାପିତ ହୋଇଯାଇଛି । ଆର୍ ପି ଶ୍ରୀନିବାସ ରଥ ଏବଂ ଭବାନୀ ପ୍ରସାଦ ସାହୁ ,୨୦୨୫-୨୬ ମସିହା ସୁଦ୍ଧା ୩ୟ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ର ଛାତ୍ରୀ ଭାଷା ଓ ଗଣିତ ର ମୌଳିକ ଦକ୍ଷତା କିପରି ହାସଲ କରିବେ ସେ ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ । ଏହି ତାଲିମ ଶିବିରରେ ୪୮ ଜଣ ଶିକ୍ଷକ ଶିକ୍ଷୟତ୍ରୀ ତାଲିମ ଗ୍ରହଣ କରିଥିଲେ । ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଜ୍ୟୋତ୍ସ୍ନା ରାଣୀ ସେଠୀ ତାଲିମ ଶିବିର ପରିଦର୍ଶନ କରିଥିବା ବେଳେ ସି ଆର୍ ସି ସି କୈଳାଶ ଚନ୍ଦ୍ର ନାୟକ ,ନିମାଇ ଚରଣ ସାହୁ ସହଯୋଗ କରିଥିଲେ।

Comments are closed.