ଚାରଭଟାରେ ବିଭତ୍ସ ହତ୍ଯାକାଣ୍ଡ ,ମାଲିକକୁ ହତ୍ଯାକଲା ଡ୍ରାଇଭର ,ଅଭିଯୁକ୍ତ ଗିରଫ

ତରଭା(କଲ୍ୟାଣ ନାୟକ) : ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅଧିନସ୍ଥ ଚାରଭଟା ଗ୍ରାମ ରେ ଗତ ଶନିବାର ତା 23- 4- 22 ରିଖ ଏକ ଚାଞ୍ଚଲ୍ୟକର ବିଭତ୍ସ ହତ୍ଯାକାଣ୍ଡ ଘଟିଛି ।ପୋଲିସ ସୁତ୍ର ରୁ ପ୍ରକାଶ ଉକ୍ତ ଦିନ ହତ୍ୟାକାଣ୍ଡ ରେ ମୃତ କୃଷ୍ଣଚନ୍ଦ୍ର ତ୍ରିପାଠୀ (43) ପିତା ବାସୁଦେବ ତ୍ରିପାଠୀ ଗ୍ରୀଡ ନିକଟସ୍ଥ ତାଙ୍କ ବାସଭବନ ବାହାରେ ଶୋଇଥିଲେ । ରାତି ପ୍ରାୟ 11 ଟା 15 ମିନିଟ ସମୟରେ ଶୋଇଥିବା ଅବସ୍ଥାରେ ପୁଇଁତଳା ଥାନା ଅଧିନସ୍ଥ ଦେବରାଜ ସୁନା ଙ୍କ ପୁଅ( ମୃତକଙ୍କ ପୂର୍ବ ଟ୍ରାକ୍ଟର ଚାଳକ) ମୋହନ ସୁନା( 32) ମାଲିକ କୃଷ୍ଣ କୁ ଅତର୍କିତ ଭାବେ ଧାରୁଆ ମାରଣାସ୍ତ୍ର ରେ ଆକ୍ରମଣ କରିଥିଲା ।ଆକ୍ରମଣ ଏତେ ଭୟଙ୍କର ବିଭତ୍ସ ଥିଲା ଯେ କୃଷ୍ଣର ଶୋଇବା ଖଟ ସାରା ରକ୍ତାକ୍ତ ହୋଇଯାଇଥିଲା ।ଆକ୍ରମଣକାରୀ ମୋହନ କୃଷ୍ଣର ଅଣ୍ଟା ଉପର ପଟ ପିଠି ପଛ ପଟ ଏଭଳି ଏକାଧିକ ସ୍ଥାନରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା ।ଆକ୍ରମଣ ରେ ଲହୁଲୁହାଣ କୃଷ୍ଣର ଚିତ୍କାର ଶୁଣି ଆଖ ପାଖ ଲୋକ ଧାଇଁବାରୁ ମୋହନ ସେଠାରୁ ଫେରାର ମାରିଥିଲା । କୃଷ୍ଣକୁ ପ୍ରଥମେ ସ୍ଥାନିୟ ଚାରଭଟା ଡାକ୍ତର ଖାନାକୁ ଅଣାଯାଇଥିଲା ।ପରେ ତାଙ୍କୁ ବଲାଙ୍ଗୀର ଓ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ଡାକ୍ତର ଖାନା କୁ ସ୍ଥାନାନ୍ତରିତ କରାଯାଇଥିଲା ।ବୁର୍ଲା ରେ ଚିକିତ୍ସାଧିନ ଥିବା ଅବସ୍ଥାରେ ସୋମବାର କୃଷ୍ଣ ଚନ୍ଦ୍ର ତ୍ରିପାଠୀ ଙ୍କ ମୃତ୍ୟୁ ଘଟିଥିଲା । ହତ୍ଯାକାଣ୍ଡ ଘଟାଇ ଅଭିଯୁକ୍ତ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲା ।ପୋଲିସ ଖୋଜା ଖୋଜି କରି ଦୁଇଦିନ ପରେ ସୋମବାର ଅଭିଯୁକ୍ତ ମୋହନ କୁ ଗିରଫ କରିବା ରେ ସଫଳ ହୋଇଥିଲା ।ହତ୍ଯାକାଣ୍ଡ କୁ ନେଇ କୃଷ୍ଣ ର ପୁତୁରା ସଂବିତ ତ୍ରିପାଠୀ ଥାନାରେ ଘଟଣା ଦିନ ରାତି ମାମଲା ଦାୟର କରିଥିଲେ ।ଅଭିଯୋଗ କୁ ଆଧାର କରି ତରଭା ପୋଲିସ କେଶ ନଂ 99 /22ରେ ମାମଲା ରୁଜୁ କରି ଅଭିଯୁକ୍ତ ମୋହନ ସୁନା କୁ କୋର୍ଟ ଚାଲାଣ କରିଥିବା ଏବଂ କେଶର ତଦନ୍ତ ଦାୟିତ୍ବ ରେ ଏସ ଆଇ ଏ ବେହେରା ଥିବା ଥାନାଧିକାରୀ ସୁବ୍ରତ କୁମାର ପାଣିଗ୍ରାହୀଙ୍କ ଙ୍କ ଠାରୁ ପ୍ରକାଶ ।ପୋଲିସ ହତ୍ଯାକାଣ୍ଡ ଘଟାଇଥିବା ମୋହନ ସୁନା ପୂର୍ବରୁ ଏଭଳି ଅପରାଧିକ ମାମଲା ତା ନଁ ରେ ଅଛି କି ନାହିଁ ଏବଂ ଏଥି ସହ ଆଉ କିଏ କିଏ ସାମିଲ ଅଛନ୍ତି । ଏଦିଗରେ ପୋଲିସ ଅଧିକ ତଦନ୍ତ କରିବା ନେଇ ସାଧାରଣ ରେ ଦାବି ହେଉଛି ।

Comments are closed.