ଥୋଡି କାମୁଡି ଛିଡ଼ାଇ ଦେଲା ମଦ୍ୟପ ଯୁବକ !!
ଖୋର୍ଦ୍ଧା(ରାକେଶ କୁମାର ଜଗଦେବ) : ଜଣେ ଗାଡି ଚାଳକ ଗାଁରେ ଉତ୍ପାତ ମଚାଉଥିବା ବେଳେ ବାରଣ କରିବାକୁ ଯାଇ ଜଣେ ବ୍ୟକ୍ତିଙ୍କୁ ନିଜର ଥୋଡି ହରାଇବାକୁ ପଡିଛି | ଥୋଡି ହରାଇ ଯୁବକ ଜଣକ ଗୁରୁତର ହୋଇଛନ୍ତି ପ୍ରଥମେ ତାଙ୍କୁ ଟାଙ୍ଗୀ ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି | ଏହା ସହ ଉତ୍ପାତ ମଚାଉଥିବା ଗାଡି ଚାଳକଙ୍କୁ ଲୋକେ ଉତ୍ତମ ମଧ୍ୟ୍ୟମ ଦେଇଛନ୍ତି | ଏଭଳି ଏକ ଘଟଣା ଘଟିଛି ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ମଙ୍ଗଳା ଯୋଡି ଗ୍ରାମରେ | ମଙ୍ଗଳା ଯୋଡି ଗ୍ରାମର ସଂଜୟ ନାହାକ(୩୩) ଯିଏକି ଗାଡି ଚାଳକ ଭାବେ କାର୍ଯ୍ୟ କରନ୍ତି | ସଂଜୟ ମଦ୍ୟପାନ କରି ଗାଁରେ ଗାଳି ଗୁଲଜ କରିବା ସହ ଆତଙ୍କ ମଚାଈଥିଲେ | ଏନେଇ ସେହି ଗାଁର ଗଂଗାଧର ବେହେରା ୪୦ ବର୍ଷ ସଂଜୟ କୁ ବାରଣ କରିଥିଲେ | ଏଥିରେ ସଂଜୟ ଉତକ୍ଷିପ୍ତ ହୋଇ ଗଂଗାଧରଙ୍କୁ ଆକ୍ରମଣ କରିଥିଲା | ଗଂଗାଧର ତଳେ ପଡି ଯିବାରୁ ଗାଡି ଚାଳକ ସଂଜୟ ଗଂଗାଧରଙ୍କର ଥୋଡିକୁ କାମୁଡି ଛିଣ୍ଡାଇ ଦେଇଛି | ଫଳରେ ସେ ଗୁରୁତର ହେବାରୁ ତାଙ୍କୁ ପ୍ରଥମେ ଟାଙ୍ଗୀ ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି |ଏହି ଘଟଣା ଯୋଗୁଁ ସ୍ଥାନୀୟ ଲୋକେ ଉତ୍ୟକ୍ତ ହୋଇ ସଂଜୟକୁ ଉତ୍ତମ ମଧ୍ୟମ ଦେଈଛନ୍ତି | ଖବର ପାଇ ଟାଙ୍ଗୀ ପୋଲିସ୍ ଘଟଣା ସ୍ଥଳରେ ପହଂଚି ଲୋକଙ୍କ ଭୀଡରୁ ସଂଜୟକୁ ଗିରଫ କରି ତଦନ୍ତ ଚଳାଇଥିବା ବାଲୁଗାଁ SDPO ମାନସ ରଂଜନ ବାରିକ ସୂଚନା ଦେଇଛନ୍ତି |
Comments are closed.