ହୋଟେଲ ସିଲା ଟାୱାରରୁ 39 ଲକ୍ଷ ଟଙ୍କା ଚୋରି ମାମଲା, ହୋଟେଲ କର୍ମଚାରୀଙ୍କୁ ଘରୁ ମିଳିଲା 32ଲକ୍ଷ ଟଙ୍କା
ଦେବଗଡ଼(ଅରୁପାନନ୍ଦ ନାୟକ) : ସମ୍ବଲପୁର ସହରର ହୋଟେଲ ଶିଲା ଟାୱାର ରୁ ଗତ ୨ଦିନ ପୂର୍ବେ ୩୯ଲକ୍ଷ ଟଙ୍କା ଚୋରି ହୋଇଥିଲା । ଉକ୍ତ ଘଟଣାକୁ କେନ୍ଦ୍ର କରି ହୋଟେଲ କର୍ମଚାରୀ ରିଆମାଳ ଥାନା ଗୁଣ୍ଡିଆପାଲି ପଂଚାୟତ ଅନ୍ତର୍ଗତ ବନାକାଲ ଗ୍ରାମର ରାକେଶ ବେହେରାଙ୍କ ଘରେ ସମ୍ବଲପୁର ଧନୁପାଲି ପୁଲିସ ଚଢ଼ଉ କରିଥିଲା । ସେଠାରେ ୩୨ ଲକ୍ଷ ଟଙ୍କା ଉଦ୍ଧାର କରିଥିବା ବେଳେ ଅବଶିଷ୍ଟ ୭ଲକ୍ଷ ଟଙ୍କା ରାକେଶ ଅନ୍ୟ ଜଣକୁ ଦେଇଥିବା କହିଥିଲା । ପରେ ୩୨ ଲକ୍ଷ ଟଙ୍କା ପୁଲିସ ଉଦ୍ଧାର ସହ ଅଭିଯୁକ୍ତ ରାକେଶକୁ ନେଇ ସମ୍ବଲପୁର ଫେରିଥିବା ଜଣାପଡ଼ିଛି ।
Comments are closed.