ମଦୁରା ମାଇକ୍ରୋ ଫାଇନାନ୍ସ ଲିମିଟେଡର ସାମାଜିକ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ
ଜଗତସିଂହପୁର(ଅଜୟ ରାଉତ) : ମଦୁରା ମାଇକ୍ରୋ ଫାଇନାନ୍ସ ଲିମିଟେଡର ସାମାଜିକ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ | ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ନାଉଗାଁ ପଞ୍ଚାୟତର ନାଉଗାଁ ଗ୍ରାମରେ ଥିବା ଅଙ୍ଗନୱାଡି କେନ୍ଦ୍ରରେ ମଦୁରା ମାଇକ୍ରୋ ଫାଇନାନ୍ସ ଲିମିଟେଡ ବାଲିକୁଦା ଜୋନ୍ ତରଫରୁ ଏରିଆ ମ୍ୟାନେଜର ଲଷ୍ମୀଧର ବେହେରା, ଜୋନ୍ ମ୍ୟାନେଜର ଭଗବାନ ବେହେରାଙ୍କ ନେତୃତ୍ବରେ ଅଙ୍ଗନୱାଡି କର୍ମଚାରୀଙ୍କୁ ନେଇ କେନ୍ଦ୍ରରେ ଏକ ସାମାଜିକ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଉକ୍ତ ଫାଇନାନ୍ସ ତରଫରୁ ଅଙ୍ଗନୱାଡିରେ ଅଧୟନ କରୁଥିବା କୁନି କୁନି ଛାତ୍ର ଛାତ୍ରୀ ମାନଙ୍କୁ ବସିବା ପାଇଁ ଛୋଟ ଛୋଟ ଚୌକି ,ଜରିପାଲ, ବ୍ୟାଗ ଆଦି ପ୍ରଦାନ କରିବା ସହିତ କେନ୍ଦ୍ରର କର୍ମଚାରୀ ମାନଙ୍କ ପାଇଁ ବଡ ଚେୟାର ପ୍ରଦାନ କରାଯାଇଥିବା ଦେଖା ଯାଇଛି ।ଆଗାମୀ ଦିନରେ ନାଉଗାଁ ବ୍ଳକର ସମସ୍ତ ଅଙ୍ଗନ ବାଡି କେନ୍ଦ୍ରକୁ ଏହି ସବୁ ସାମଗ୍ରୀ ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଉଥିବା ଏରିଆ ମ୍ୟାନେଜର ଲଷ୍ମୀଧର ବେହେରା ପ୍ରକାଶ କରିଛନ୍ତି । 
Comments are closed.