ଜବାନଙ୍କ କ୍ୟାମ୍ପ ଉପରେ ମାଓ ହାମଲା, 4 ଜବାନ ଆହତ

ମଲକାନଗିରି(ଅପୂର୍ଵ ଥଣ୍ଡର) : ମାଲକାନଗିରି ଛତିଶଗଡ ସିମାନ୍ତ ବିଜାପୁର ଜିଲ୍ଲାରେ ପୋଲିସ କ୍ୟାମ୍ପ ଉପରେ ନକ୍ସଲ ହାମଲା । କୁଟରୁ ଥାନା ଅନ୍ତର୍ଗତ ଦରଭା ପୋଲିସ କ୍ୟାମ୍ପ ଉପରେ ରାତିରେ ଶତାଧିକ ମାଓବାଦୀ ଆକ୍ରମଣ କରିଥିଲେ । ମାଓବାଦୀଙ୍କ ପକ୍ଷରୁ ଗୁଳି ଚାଳନା କରାଯିବା ସହ ବୋମା ବିସ୍ଫୋରଣ ମଧ୍ୟ କରାଯାଇଥିଲା । ଦୀର୍ଘ ଚାରି ଘଣ୍ଟା ଧରି ଏହାର ପାଲଟା ଜବାବ ମଧ୍ୟ ଦେଇଥିଲେ ସୁରକ୍ଷା କର୍ମୀ । ତେବେ ନକ୍ସଲ ଆକ୍ରମଣରେ ଚାରି ଜଣ ଜବାନ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଗୁରୁତର ଦୁଇ ଜଣଙ୍କୁ ବାୟୁ ସେନାର ହେଲିକେପ୍ଟର ଯୋଗେ ରାୟପୁର ସ୍ଥାନାନ୍ତର କରାଯାଇଛି । ଅନ୍ୟ ଦୁଇ ଜଣଙ୍କୁ ବିଜାପୁର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଘଟଣା ପରେ ନକ୍ସଲ ମାନେ ପଳାୟନ କରିଥିବା ବେଳେ ସେଠାରେ ଜବାନଙ୍କ ପକ୍ଷରୁ କୁମ୍ବିଂ ଅପରେସନ ଜାରି ରହିଛି ।

Comments are closed.