ତରଭା ପୋଲିସ ତରଫରୁ ଜଳଛତ୍ରର ଶୁଭାରମ୍ଭ
ତରଭା(କଲ୍ୟାଣ ନାଏକ) : ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ତରଫରୁ ସୋମବାର ସକାଳ 9ଟା ସମୟରେ ସର୍ବସାଧାରଣଙ୍କ ପାଇଁ ଥାନା ସମ୍ମୁଖରେ ଜଳଛତ୍ର ଖୋଲାଯାଇଛି ।ଏହି ଜଳଛତ୍ର ଉଦ୍ଘାଟନୀ ଅବସରେ ଏସ ଡି ପି ଓ ପୁଷ୍ପାଞ୍ଜଳି ନେଗୀ ଶୁଭାରମ୍ଭ କରିଥିଲେ ।ଏହି ଅବସରର ଥାନାଧିକାରୀ ସୁବ୍ରତ ପାଣିଗ୍ରାହୀଙ୍କ ସମେତ ସମସ୍ତ ପୋଲିସ କର୍ମଚାରୀ ଓ ତରଭାର ବହୁ ଆଗ୍ରହୀ ସଚେତନ ନାଗରିକ ଏବଂ ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିଲେ ।ପ୍ରକାଶ ଥାଉକି ଏହା ପୂର୍ବରୁ ମଧ୍ୟ ତରଭା ଥାନା ତରଫରୁ ଜଳ ଛତ୍ର ,ଗରିବ ଛାତ୍ର ଛାତ୍ରୀ ଙ୍କୁ ମାଗଣା କୋଚିଂ ଆଦି ଅନେକ ଜନାଦୃତ କାର୍ଯ୍ୟକ୍ରମର ଦୃଷ୍ଟାନ୍ତ ରହିଛି ।ପୋଲିସର ଏଭଳି ଜଳଦାନ କାର୍ଯ୍ୟକ୍ରମକୁ ତରଭା ଅଚଂଳ ବାସୀ ପ୍ରଶଂସା କରିଛନ୍ତି |
Comments are closed.