ରାଜଗାଙ୍ଗପୁର ରେଞରେ ଜଙ୍ଗଲ ନିଆଁ ନିବାରଣ ନେଇ ସଚେତନତା ଅଭିଯାନ
ରାଜଗାଙ୍ଗପୁର(ଗିରିଜା ପ୍ରସାଦ ସାମଲ) : ରାଉରକେଲା ବନଖଣ୍ଡ ପକ୍ଷରୁ ଡି.ଏଫ.ଓ ଯସବନ୍ତ ସେଠି ଙ୍କ ନିର୍ଦ୍ଦେଶ କ୍ରମେ ଜଙ୍ଗଲ ନିଆଁ ନିବାରଣ ନେଇ ସଚେତନତା ଅଭିଯାନ ରାଜଗଙ୍ଗପୁର ଫରେଷ୍ଟ ରେଞରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରେଞର ପ୍ରମୋଦ କୁମାର ସାହୁ କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ । 3ଦିନ ଧରି ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମରେ ମହୁଲ ,କେନ୍ଦୁ ପ୍ରଭୁତି ସଗ୍ରହ ପାଇଁ ଜଙ୍ଗଲରେ ପଡିଥିବା ସୁଖିଲା ପତ୍ରରେ ନିଆଁ ନଲଗାଇବା ପାଇଁ ଲୋକଙ୍କୁ ପରାମର୍ଶ ଦିଆଯାଇଥିଲା । ଗ୍ରାମବାସୀମାନେ ମିଳିତ ହୋଇ ଜଙ୍ଗଲର ସୁରକ୍ଷା କରିବା ପାଇଁ ନିବେଦନ କରାଯାଇଥିଲା । ୱାଇଏମଏଫଆଇର ସାଧାରଣ ସଂପାଦକ ବିବେକାନନ୍ଦ ଦାସଙ୍କ ତତ୍ୱାବଧାନରେ କଳାକାର ବାପି ପଲାଇ, ଦେବସ୍ମିତା, ବିଷ୍ଣୁପ୍ରିୟା, ପ୍ରମୁଖ ସୁନ୍ଦର ଅଭିନୟ ମାଧ୍ୟମରେ ଲୋକଙ୍କୁ ଜଙ୍ଗଲରେ ନିଆଁ ଲାଗିଲେ କିପରି ବୃକ୍ଷଲତା ସହ ଜୀବଜନ୍ତୁ ପ୍ରଭାବିତ ହୋଇଥାନ୍ତି ସେ ସଂପର୍କରେ ବୁଝାଇଥିଲେ । ଜ୍ଞାତସାରରେ ଜଙ୍ଗଲରେ ନିଆଁ ଲଗାଇଲେ ଏଣିକି ଜେଲ୍ ଓ ଜୋରିମାନା ଦେବାକୁ ହେବ ବୋଲି ସତର୍କ ମଧ୍ୟ କରାଇଥିଲେ । ଆୟୋଜିତ କାର୍ଯ୍ୟକ୍ରମ ଅବସରରେ ବାସିନ୍ଦା ମାନେ ଜଙ୍ଗଲ ସୁରକ୍ଷା ନେଇ ଶପଥ ନେଇଥିଲେ । ଏହି ଅବସରରେ ବିଭିନ୍ନ ଅଂଚଳର ଫରେଷ୍ଟର ପିଏନ୍ ପଟେଲ, ଅସୀତ କୁମାର ପଟ୍ଟନାୟକ , ଏଚ୍ କେ ପାଣ୍ଡେ, ଟିଏଲ୍ ଗୀତାଞଳି ପ୍ରଧାନ, ଫିଲ୍ଡ ଡିଓ ଝାସିକେତନ ପ୍ରଧାନ, ଫରେଷ୍ଟ ଗାର୍ଡ ସମୀର କୁମାର ପାତ୍ର,ଅଲିଅଳ ବେହେରା,ସଙ୍ଗୀତା ପାଲ,ଅନ୍ନପୂର୍ଣ୍ଣା ଭୋଇ,ନବୀନ କିଶାନ ଓ ସ୍କ୍ୱାର୍ଡ ପ୍ରମୁଖଙ୍କ ସମେତ ଗ୍ରାମବାସୀମାନେ ଉପସ୍ଥିତ ଥିଲେ । ବିଭିନ୍ନ ସ୍ଥାନରେ ପଞ୍ଚାୟତ ସମିତି ସରପଞ୍ଚ , ୱାର୍ଡ ମେମ୍ବର ମାନେ ଯୋଗ ଦେଇଥିଲେ । ଲୋକେ ଆଗ୍ରହର ସହ ପଥପ୍ରାନ୍ତ ନାଟକକୁ ଉପଭୋଗ କରିବା ସଙ୍ଗେ ସଙ୍ଗେ ଜଙ୍ଗଲର ସୁରକ୍ଷା ପାଇଁ ପ୍ରତିଶ୍ରୁତି ଦେଇଥିଲେ।
Comments are closed.